ବନ୍ଧାହେଲେ ରସିକିଆ ଡାକ୍ତର, ସହର ବାହାରେ ରଖିଛନ୍ତି ୧୪ଟି ସ୍ତ୍ରୀ; ଠକିଛନ୍ତି କୋଟି କୋଟି ଟଙ୍କା

ଭୁବନେଶ୍ୱର (କେନ୍ୟୁଜ): ବନ୍ଧାହେଲେ ରସିକିଆ ଡାକ୍ତର। ଡାକ୍ତରଙ୍କ ୧୪ ସ୍ତ୍ରୀ। ବାହାର ରାଜ୍ୟରେ ରହିଛନ୍ତି ସ୍ତ୍ରୀ। କୋଲକତା, ମୁମ୍ବାଇ, ହାଇଦ୍ରାବାଦ ଓ ଦିଲ୍ଲୀ ଭଳି ବଡ ବଡ ସହରରେ ଡାକ୍ତରଙ୍କ ସ୍ତ୍ରୀ। ବିଭିନ୍ନ ରାଜ୍ୟରେ ବିବାହ କରିଛନ୍ତି ଏହି ରସିକିଆ ଡାକ୍ତର। ତାଙ୍କ ନାଁ ରମେଶ ଚନ୍ଦ୍ର ସ୍ୱାଇଁ। ବୟସ ୫୪ ବର୍ଷ। ହୋମିଓପାଥି ଡାକ୍ତରଙ୍କୁ ଗିରଫ କଲା ଭୁବନେଶ୍ୱର ମହିଳା ଥାନା ପୋଲିସ। ବିଭିନ୍ନ ଥାନାରେ ଅଭିଯୋଗ ପରେ ଡାକ୍ତରଙ୍କୁ ଗିରଫ କରାଯାଇଛି।

୨୦୨୧ରେ ଜଣେ ମହିଳା ରମେଶଙ୍କ ନାଁରେ ଅଭିଯୋଗ କରିଥିଲେ। ବିଭିନ୍ନ ବିବାହ ସାଇଡ୍‌ରେ ହାଇ ପ୍ରୋଫାଇଲ ବାଓଡାଟା ପ୍ରସ୍ତୁତ କରି ବିବାହ କରିଥିଲେ। ରମେଶର ଘର କେନ୍ଦ୍ରାପଡ଼ା ଅ଼ଞ୍ଚଳରେ। କେତେ ଜଣ ମହିଳାଙ୍କ ଠାରୁ କେତେ ଟଙ୍କା ଠକେଇ ହୋଇଛି ସେନେଇ ତଦନ୍ତ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.