ୟୁକ୍ରେନ ସୀମାରେ ଋଷର ଜୋରଦାର ସମରାଭ୍ୟାସ , ଏଥିରେ ୩୦ ହଜାର ସେନା ଓ ୫୦ ରୁ ଅଧିକ ବୋମାବର୍ଷା ବିମାନ ସାମିଲ

ନୂଆଦିଲ୍ଲୀ : ୟୁକ୍ରେନ ସୀମାରେ ଜୋରଦାର ସମରାଭ୍ୟାସ ଚଳାଇଛି ଋଷ ସେନା । ଏଥିରେ ୩୦ ହଜାର ସେନା ଭାଗ ନେଇଛନ୍ତି । ୫୦ରୁ ଅଧିକ ବୋମାବର୍ଷା ବିମାନ ସାମିଲ ହୋଇଛି । ୟୁକ୍ରେନ ମଧ୍ୟ ତୁହାକୁ ତୁହା ଡ୍ରୋନ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିବା ସହ କମାଣ୍ଡୋ ବାହିନୀର ସ୍ୱତନ୍ତ୍ର ଯୁଦ୍ଧାଭ୍ୟାସ ଆରମ୍ଭ କରିଛି । ତୁର୍କୀଠାରୁ ହାସଲ କରିଥିବା ଡ୍ରୋନ୍‌ କ୍ଷେପଣାସ୍ତ୍ରକୁ ତୁହାକୁ ତୁହା ପରୀକ୍ଷା କରୁଛି ।

ଏଭଳି ଅଭ୍ୟାସ ୟୁକ୍ରେନ୍‌ ସମୀରେ ଅତି ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି । ଯେକୌଣସି ସମୟରେ ଯୁଦ୍ଧ ଆରମ୍ଭ ହେବା ଆଶଙ୍କା ଥିବାରୁ ବିଭିନ୍ନ ରାଷ୍ଟ୍ରର ନାଗରିକମାନେ ୟୁକ୍ରେନ୍‌ ଛାଡୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.