ଡିଜାଇନ୍‌ ପରିବର୍ତ୍ତନ କରାଯାଉ, ହେଲେ ଘୋଡାର ସ୍ଥାନ ବଦଳିପାରିବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି ଘୋଡା। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏଭଳି ନିଷ୍ପତ୍ତି ହୋଇଛି। ସ୍ମାର୍ଟ ସିଟି ପ୍ରକଳ୍ପ କାରଣରୁ ଘୋଡା ହଟିବା କଥା ଚର୍ଚ୍ଚା ହେଉଥିଲା । ଖବର ଜାଣିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ର । ଡିଜାଇନ୍‌ ପରିବର୍ତ୍ତନ କରାଯାଉ, ହେଲେ ଘୋଡାର ସ୍ଥାନ ବଦଳିପାରିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପରେ ଏକ ଉଚ୍ଚସ୍ତରୟ ବୈଠକରେ ଘୋଡା ନହଟାଇବା ଲାଗି ସ୍ଥିର ହୋଇଛି।

ସୂଚନାନୁଯାୟୀ, ଏକ ଟିମ୍‌ ଆସି ଘୋଡା ମୂର୍ତ୍ତିର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଘୋଡାରେ କିଛି ଫାଟ, ଗାର ଆଦି ପଡିଛି। ଏସବୁର ମରାମତି କାର୍ଯ୍ୟ ହେବ। ତେଣୁ କୁଶଳୀ କାରିଗରଙ୍କୁ ଆଣି ମୂର୍ତ୍ତିର ସୁରକ୍ଷା ଓ ମରାମତି ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କୁ ଦାୟିତ୍ୱ ଦିଆଯାଇଛି। ଘୋଡା ରହୁଥିବା ସ୍ଥାନଟିର ଅତି ଆକର୍ଷଣୀୟ ଡିଜାଇନ୍‌ କରାଯିବ। ଯେମିତିକି ଓଡ଼ିଶାର ଏକ ସ୍ମାରକୀ ଭଳି ପ୍ରତିଫଳିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.