ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ: କମ୍ବିଂ ଅପରେସନ ବେଳେ ନାରାୟଣ ପାଟଣା ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

କେରାପୁଟ:ବର୍ତ୍ତିଲେ ବିଏସଏଫ ଜବାନ। କମ୍ବିଂ ଅପରେସନ ବେଳେ ନାରାୟଣ ପାଟଣା ପିଣ୍ଡାମାଳ ଭିତରପଡା ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ।  ତେନ୍ତୁଳିପଦର ସ୍ଥିତ ୧୫୫ ବାଟାଲିୟନ ବିଏସଫର ଏକ ଟିମ ଅପରେସନକୁ ଯାଇଥିବାବେଳେ ବିସ୍ଫୋରକ ଜବତ କରିଥିଲେ । ଯବାନ୍ ମାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ବିସ୍ଫୋରକ ରଖିଥିବା ସନ୍ଦେହ କରାଯାଉଛି।

ତେବେ ଘଟଣାସ୍ଥଳରୁ ୬୦ଟି ଜିଲେଟିନ, ୫୦ଟି ଇଲେକଟ୍ରିକ୍ ଡିଟୋନେଟର, ୫ ବଣ୍ଡେଲ ବିଦ୍ୟୁତ ତାର,୨.୫ କେଜି ଗନ ପାଉଡର ଜବତ କରିଛି ବିଏସଏଫ। କମ୍ବିଂ ଅପରେସନକୁ ଯାଇଥିବା ବିଏସଏଫର ଟିମ ସୁରକ୍ଷିତ ଭାବେ କ୍ୟାମ୍ପକୁ ଫେରିଥିବା କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.