ବ୍ରହ୍ମପୁର ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା: ବିପୁଳ ପରିମାଣରେ ନକଲି ମଦ ଜବତ, ୪ ଗିରଫ

ବ୍ରହ୍ମପୁର (କେନ୍ୟୁଜ୍): ବ୍ରହ୍ମପୁର ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ସହରର ଉପକଣ୍ଠ ବାଲିପଡ଼ା ଓ ବ୍ରହ୍ମପୁର ସହର ମଧ୍ୟରେ ଚାଲିଥିବା ଏକ ବେଆଇନ ଓ ନକଲି ବିଦେଶୀ ମଦ ପ୍ରସ୍ତୁତି ହେଉଥିବା ସ୍ଥାନକୁ ଠାବ କରିପାରିଛି । ଏଥିରେ ସଂପୃକ୍ତି ଥିବା ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏହା ସହ ବିପୁଳ ପରିମାଣର ମଦ ବୋତଲ ସହ ମଦ ତିଆରି ସାମଗ୍ରୀ ଜବତ ହୋଇଛି । ତେବେ ଏହି ନକଲି ମଦ ପ୍ରସ୍ତୁତି ଓ କେତେ ଦିନ ହେଲା ପ୍ରସ୍ତୁତି ହେଉଥିଲା ଓ ବିକ୍ରୀ କାରବାରର ଚେର କେଉଁ ଆଡ଼େ ବ୍ଯାପଛି ସେ ନେଇ ବିଭାଗ ପକ୍ଷରୁ ଅଧିକା ତଦନ୍ତ ଜାରୀ ରହିଥିବା ବେଳେ ଏକ ବଡ଼ ଅଘଟଣକୁ ଏଡାଇ ଦିଆଯାଇପାରିଛି ।

ସୂଚନା ଅନୁଯାୟୀ ହୋମିଓପାଥି ମେଡିସିନ ଓ ସ୍କିରିଟ୍‌ ରୁ ପ୍ରସ୍ତୁତ ହେଉଥିଲା ବିଦେଶୀ ମଦ । କଥାଟା ଅବାଗିଆ ଲାଗୁଥିଲେ ମଧ୍ୟ ସତ, କିଛି ଦିନ ହେଲା ବ୍ରହ୍ମପୁର ଉପକଣ୍ଠ ବାଲିପଡ଼ା ଓ ବ୍ରହ୍ମପୁର ସହରରେ ପ୍ରସ୍ତୁତ କରୁଥିଲେ ଏଭଳି ନକଲି ବିଦେଶୀ ମଦ । ଆଉ ଏହାକୁ ନାମୀ ଦାମି ବ୍ରାଣ୍ଡର ମଦ ବୋତଲରେ ବିକ୍ରୀ କରୁଥିଲେ । ଏହି ମଦ କମ୍‌ ପଇସାରେ ମିଳୁଥିବାରୁ ସାଧାରଣ ଲୋକେ ମଧ୍ୟ ଅନ୍ଯାୟସରେ ସେବନ କରିଚାଲୁଥିଲେ ।

ତେବେ ବେଆଇନ ଓ ନକଲି ମଦ ପ୍ରସ୍ତୁତି ହେଉଥିବା ନେଇ କୌଣସି ସୂତ୍ରରୁ ଅବକାରୀ ବିଭାଗ ଖବର ପାଇଥିଲା । ପ୍ରଥମେ ବାଲିପଡ଼ା ଅଞ୍ଚଳର ଦୀପକ୍‌ ପ୍ରଧାନ ନାମକ ଜଣେ ଯୁବକକୁ ଗିରଫ କରିଥିବା ବେଳେ ପରେ ଅନ୍ଯ ତିନି ଜଣଙ୍କୁ ଚଢାଉ କରି ଗିରଫ କରିବାରେ ସଫଳ ହୋଇଥିଲା । ସେମାନଙ୍କ ଠାରୁ ୫ ଶହ ୫୨ ଟି ବୋତଲ ଜବତ କରିଥିଲା । ଏଥିରେ ପାଟପୁର ଥାନା ଅନ୍ତର୍ଗତ ନରସିଂହଗଡ଼ ଗାଁର ଦିପକ ପ୍ରଧାନ, ବ୍ରହ୍ମପୁର ଗଣପତି ନଗରର ରାଜାରାମ ସାହୁ, ଲୋଚାପଡ଼ା ଗୋବିନ୍ଦ ବିହାରର ଦିପୁନ କୁମାର ସାହୁ ଓ ହରଡ଼ଖଣ୍ଡି ପଦ୍ମନଗରର ସତ୍ୟମହାପାତ୍ରକୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି ।

ତେବେ ନକଲି ମଦ ପ୍ରସ୍ତୁତ କରିବା ଲାଗି ସମସ୍ତ ସାମଗ୍ରୀ କଲିକତାରୁ ଆସୁଥିବା ଅଭିଯୁକ୍ତ ମାନେ ସୂଚନା ଦେଇଛନ୍ତି । ଏହି ନକଲି ମଦରେ ବିଭିନ୍ନ ହୋମିଓପାଥି ମେଡିସିନ, କଲର ଓ ଏସେନସ୍‌ କୁ ଡାଇଲୁଟ୍‌ କରି ମଦ ପ୍ରସ୍ତୁତ କରାଯାଉଥିଲା । ଆଉ ଓଡିଶା ସରକାରଙ୍କ ଅବକାରୀ ବିଭାଗର ବିଭିନ୍ନ ଲୋଗୋ ଓ ଷ୍ଟିକର ମଧ୍ୟ ଏହି ମଦ ବୋତଲ ଗୁଡିକରେ ଲଗାଇ ଅବିକଳ ଅସଲି ମଦ ବୋତଲ ଭାବେ ତିଆରି କରାଯାଉଥିଲା । ପରେ ଏହାକୁ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ କମ୍‌ ଦାମରେ ବିକ୍ରୀ କରାଯାଉଥିଲେ । ତେବେ ମଦ କିଭଳି ପ୍ଯାକିଂ କରୁଥିଲେ ସେ ନେଇ ଅବକାରୀ ବିଭାଗ ଆଗରରେ ଅଭିଯୁକ୍ତ ମାନେ କରିଥିଲେ ଡେମୋ ।

ଅନ୍ୟପଟେ ଗରିଫ ହୋଇଥିବା ଚାରି ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ତେବେ କଲିକତାରୁ ଆସୁଥିବା ସମସ୍ତ ନକଲି ସାମଗ୍ରୀ କିଏ ଏମାନଙ୍କୁ ଯୋଗାଉଥିଲା ଆଉ ଏଥିରେ ଆଉ କେଉଁମାନଙ୍କ ସଂପୃକ୍ତି ରହିଛି ଏନେଇ ଅବକାରୀ ବିଭାଗ ଅଧିକା ତଦନ୍ତ ଜାରୀ ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.