Below header

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା: କିସ୍‌ ଛାତ୍ରୀ ସ୍ନେହା ସୋରେନଙ୍କ କମାଲ, ଜିତିଲେ ସ୍ୱର୍ଣ୍ଣ ପଦକ

ଭୁବନେଶ୍ବର(କେନ୍ୟୁଜ୍): ବାଙ୍ଗାଲୋରରେ ଚାଲୁଥିବା ଦ୍ୱିତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ କିସ୍‌ ଛାତ୍ରୀ ସ୍ନେହା ସୋରେନ କମାଲ କରିଛନ୍ତି । ୪୯ କେଜି ଭାରୋତ୍ତୋଳନ ବର୍ଗରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସ୍ନାଚ ଇଭେଣ୍ଟରେ ସ୍ନେହା ୬୯ କେଜି ଭାରୋତ୍ତୋଳନ କରିଥିବା ବେଳେ କ୍ଲିନ୍‌ ଓ ଜର୍କ ଇଭେଣ୍ଟରେ ୯୨ କେଜି ସହ ମୋଟ ୧୬୧ କେଜି ଭାରୋତ୍ତୋଳନ କରିଥିଲେ । ସ୍ନେହାଙ୍କ ସଫଳତା ପାଇଁ କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.