ଡହ ଡହ ଖରାରେ ନିଅନ୍ତୁ ତରଭୁଜ କୁଲ୍‌ଫିିର ମଜା, ପାଟିକୁ ଟେଷ୍ଟି ଲାଗିବା ସହ ଶରୀର ବି ରହିବ ହାଇଡ୍ରେଟ୍‌

ସୂର୍ଯ୍ୟଙ୍କ ତାପ ଏବେ ଦିନ ଆରମ୍ଭ ନ ହେଉଣୁ ବଢ଼ିବାରେ ଲାଗିଛି। ସୂର୍ଯ୍ୟ ମୁଣ୍ଡ ଉପରେ ନ ପହଞ୍ଚୁଣୁ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଏଭଳି ସ୍ଥିତିରେ ଘରୁ ବାହାରକୁ ବାହାରିଲେ ପ୍ରଥମେ ଦରକାର ହେଉଛି ପାଣି ନ ହେଲେ କିଛି ଥଣ୍ଡା ଜିନିଷ। ଗରମ ଦିନରେ ଶରୀରକୁ ହାଇଡ୍ରେଟ୍‌ ରଖିବାକୁ ଡାକ୍ତରମାନେ ବି ପ୍ରଚୁର ପରିମାଣରେ ପାଣି ପିଇବାକୁ କହୁଛନ୍ତି। କିନ୍ତୁ ପିଲାମାନେ ପାଣି ପିଇବାକୁ ରାଜି ହେଉନଥିବା ନେଇ ବାପା-ମା’ ସବୁବେଳେ ଅଭିଯୋଗ କରିଥାନ୍ତି। ଏଭଳି ସ୍ଥିତିରେ ଆପଣ ଚାହିଁଲେ ପିଲାଙ୍କୁ ଘର ତିଆରି ଆଇସ୍‌କ୍ରିମ୍‌ ଖୁଆଇ ମଧ୍ୟ ହାଇଡ୍ରେଟ୍‌ ରଖିପାରିବେ। ବାହାରେ ତ ଆପଣ ବିଭିନ ଫ୍ଲେଭରର ଆଇସ୍‌କ୍ରିମ୍‌ ଖାଇଥିବେ, କିନ୍ତୁ କେବେ ତରଭୁଜ ଆଇସ୍‌କ୍ରିମ୍‌ ଖାଇଛନ୍ତି କି? ଯଦି ନା ତେବେ ଆଜି ଆସନ୍ତୁ ଜାଣିବା ଘରେ କେମିତି ତିଆରି କରିପାରିବେ ତରଭୁଜ କୁଲଫି…

Kulfi2

ଆବଶ୍ୟକୀୟ ଉପକରଣ:

୧ କପ୍‌ କଟା ତରଭୁଜ, ୩ ଚାମଚ ଲେମ୍ବୁ ରସ, ସ୍ୱାଦ ଅନୁସାରେ ଚିନି ଓ କୁଲ୍‌ଫି ବନାଇବା ଟ୍ରେ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ତରଭୁଜକୁ କାଟି ତାହାର ମଞ୍ଜି ବାହାର କରି ଦିଅନ୍ତୁ। ଏବେ ତରଭୁଜ ଓ ଚିନିକୁ ଗ୍ରାଇଣ୍ଡରେ ଗ୍ରାଣ୍ଡିଂ କରି ନିଅନ୍ତୁ। ଧ୍ୟାନ ରଖିବେ ମିଶ୍ରଣ ଯେମିତି ଟିକେ ବହଳିଆ ରହିବ। ଯଦି ଦରକାର ହେଉଛି ତେବେ ଏହାକୁ ଛାଣି ଦିଅନ୍ତୁ। ଏବେ ଏହି ଜୁସ୍‌ରେ ଲେମ୍ବୁ ରସ ପକାଇ ଗୋଳାନ୍ତୁ। ଏବେ ଏହି ମିଶ୍ରଣକୁ ଆଇସ୍‌କ୍ରିମ୍‌ ଟ୍ରେରେ ରଖି ଫ୍ରିଜ୍‌ରେ ୬-୭ ଘଣ୍ଟା ପାଇଁ ଜମିବାକୁ ଛାଡ଼ି ଦିଅନ୍ତୁ। ତା’ ପରେ ଫ୍ରିଜ୍‌ରୁ ବାହାର କରି ପିଲାଙ୍କୁ ଦେବା ସହ ଆପଣ ବି ଖାଆନ୍ତୁ ତରଭୁଜ ଆଇସ୍‌କ୍ରିମ୍‌। ଏହା ପାଟିକୁ ଥଣ୍ଡା ଓ ମିଠା ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ବି ଭଲ ହୋଇଥାଏ। ଖରାଦିନେ ଶରୀରକୁ ହାଇଡ୍ରେଟ୍‌ ରଖିବାରେ ତରଭୁଜ ଆପଣଙ୍କୁ ସାହାଯ୍ୟ କରିବ। ଯଦି ଆପଣ ଡାଇବେଟିସ୍‌ ରୋଗୀ ତେବେ ଏହି ଆଇସ୍‌କ୍ରିମ୍‌ରେ ଚିନିକୁ ବାଦ୍‌ ଦେଇପାରନ୍ତି।

Also Read: ଅନ୍‌ଲାଇନ୍‌ରେ ବୟଫ୍ରେଣ୍ଡ୍‌ ଖୋଜୁଛନ୍ତି ସୁନ୍ଦରୀ ମଡେଲ, ୪୦୦ ପୁରୁଷ ପଠାଇ ସାରିଲେଣି ବାୟୋଡାଟା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.