Below header

ସକାଳୁ ପିଅନ୍ତୁ ମାଟି କପରେ ଚା’, ସ୍ୱାସ୍ଥ୍ୟ ପାଇଁ ଖୁବ୍ ହିତକର

ମାଟି ପାତ୍ରର ବ୍ୟବହାର ବଢ଼ିଗଲାଣି। ବର୍ତ୍ତମାନ୍ ଚା’ ପିଇବା ପାଇଁ ଅଧିକାଂଶ ମାଟି କପର ବ୍ୟବହାର କରୁଛନ୍ତି। ବିଶେଷକରି କରୋନା କାଳରେ ସୁରକ୍ଷିତ ଓ ସଫାସୁତୁରା ରହିବା ପାଇଁ ଏଥିରେ ଚା’ ପିଇବା ପାଇଁ ଅଧିକାଂଶ ପସନ୍ଦ କରନ୍ତି। ଏହାଦ୍ୱାରା ସଂକ୍ରମଣ ବ୍ୟାପିବା ଆଶଙ୍କା କମ ରହିଥାଏ।

ତେବେ ଆସନ୍ତୁ ଜାଣିବା ମାଟି ପାତ୍ରରେ ଚା’ ପିଇବାର ଫାଇଦା:

-ପ୍ରଥମତଃ ମାଟି ପାତ୍ର ଏହା ପରିବେଶ ପାଇଁ ବେଶ୍ ଅନୁକୂଳ। ଏହାକୁ ବ୍ୟବହାର କରିବା ପରେ, ପୁନର୍ବାର ଏହା ମାଟିରେ ପରିଣତ ହୁଏ।

-ମାଟି ପାତ୍ରରେ ଚା ପିଇଲେ, ଏହା ଶୀଘ୍ର ଥଣ୍ଡା ହୁଏନାହିଁ ।

-ମାଟି କପରେ ଗରମ ଚା’ ପଡିବା କ୍ଷଣି ମାଟିର ସୁନ୍ଦର ବାସ୍ନା ବାହାରିଥାଏ। ଅବସାଦରେ ଥିବା ଲୋକଙ୍କ ମନ ପ୍ରଫୁଲ୍ଲିତ ହୋଇଯାଏ।

-ମାଟି କପ୍ ପୁରାପୁରି ହାଇଜେନିକ ହୋଇଥାଏ। ଏଥିରେ ଜୀବାଣୁ ବ୍ୟାପିବା ସମ୍ଭବାନ ଖୁବ୍ କମ ଥାଏ।

-ମାଟି କପରେ ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ ହିତକର ହେବା ସହିତ ସଂକ୍ରମଣରୁ ମଧ୍ୟ ଦୂରେଇ ରଖିଥାଏ।

-ମାଟି ପାତ୍ରରେ ଯେଉଁ ସୁକ୍ଷ୍ମ ତତ୍ତ୍ୱ ରହିଥାଏ, ତାହା ଆମ ଶରୀରର ହାଡ ପାଇଁ ଲାଭଦାୟକ ।

tea

 

-ମାଟିରେ କ୍ୟାଲସିଅମ ଭରପୁର ମାତ୍ରାରେ ରହିଥାଏ। ତେଣୁ ଏଥିରେ ଚା’ ପିଇବା ଦ୍ୱାରା ଆମ ଶରୀରକୁ କ୍ୟାଲସିଅମ ମିଳିଥାଏ।

-ମାଟି କପରେ ଚା’ ପିଇଲେ ହଜମ ଶକ୍ତି ମଧ୍ୟ ବଢ଼ିଥାଏ।

-ମାଟି କପରେ ଚା’ ପିଇଲେ ଏହା ପେଟ ଖରାପ ନହେବା ସହ କ୍ୟାନସର ଭିଳ ମାରାତ୍ମକ ରୋଗର ବିପଦକୁ ଏଡାଇଥାଏ ।

-ଡିସ୍ପୋଜାଲ କପ୍ ବଦଳରେ ଏହା ଅଧିକ ହିତକର।

-ମାଟି ପାତ୍ରରେ କ୍ଷରିୟ ଗୁଣ ଭରପୁର ମାତ୍ରାରେ ଥାଏ। ତେଣୁ ମାଟି ପାତ୍ରରେ ଚା’ ପିଇବା ଦ୍ୱାରା ପେଟ ଜନିତ ସମସ୍ୟା କମ ହୋଇଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.