କୋରାପୁଟ: ସୁନାବେଡ଼ା ବସଷ୍ଟାଣ୍ଡ ନିକଟରୁ ବିପୁଳ ପରିମାଣର ନକଲି ନୋଟ୍ ଜବତ, ଜଣେ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଡ଼ା ବସଷ୍ଟାଣ୍ଡ ନିକଟରୁ ବିପୁଳ ପରିମାଣର ନକଲି ନୋଟ୍ ଜବତ । ଘଟଣାରେ ଜଣକୁ ଗିରଫ କରିଛି ଏସଟିଫ୍ । ଗିରଫ ବ୍ୟକ୍ତି ଜଣକ ହେଲେ କୋରାପୁଟ ଜିଲ୍ଲା ଆନନ୍ଦପୁର ଲେକିଗଡାର ଅନାମ ଖିଲ । ପାଖାପାଖି ୩ଲକ୍ଷ ୨୮ ହଜାର ୩ଶହ ଟଙ୍କାର ଜାଲ ନୋଟ ଜବତ କରିଛି ସ୍ପେଶାଲ ଟାସ୍କ ଫୋର୍ସ ।

moneyବିଶେଷ ସ୍ୱତ୍ରରୁ ଖବର ମିଳିବା ପରେ ଏସଟିଏଫ ଏହି ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଅନାମ ଠାରୁ ବିପୁଳ ପରିମାଣର ଜାଲ ନୋଟ ମିଳିବା ସହ ବିଭିନ୍ନ ପ୍ରକାର ଅପରାଧିକ ସାମଗ୍ରୀ ମଧ୍ୟ ଜବତ କରିଛି ଏସଟିଏଫ । ଏନେଇ ସୁନାବେଡ଼ା ଥାନାରେ ଏକ ମାମଲା ରୁଜୁ କରି ତାକୁ ଗିରଫ କରିଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.