Below header

କଟକ ବାଦାମବାଡ଼ିରେ ଜଳିଗଲା ଯାତ୍ରୀବାହୀ ବସ୍ ‘ଶ୍ରୀମନ୍ଦିର’‌, କାରଣ ଅସ୍ପଷ୍ଟ

କଟକ: କଟକ ବାଦାମବାଡ଼ିରେ ଜଳିଗଲା ଯାତ୍ରୀବାହୀ ବସ୍‌ । ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିବା ହଠାତ୍ ବସ୍‌ ଜଳିଗଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି । ବସଟିର ନାଁ ଶ୍ରୀମନ୍ଦିର । ବସଟି ବରୀରୁ କଟକକୁ ଯାତାୟତ କରିଥାଏ।

ତେବେ ବସ୍‌ ଭିତରେ କୌଣସି ଯାତ୍ରୀ ନଥିଲେ । କାହାର କୌଣସି କ୍ଷତି ହୋଇନାହିଁ । ତେବେ ବସ୍‌ରେ କିଭଳି ନିଆଁ ଲାଗିଲା ସେନେଇ କାରଣ ଜଣାପଡିନାହିଁ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.