ବିରଳ ଜୀବଙ୍କ ବିରଳ ଦୃଶ୍ୟ, ଅଣ୍ଡାରୁ ଫୁଟି ବାହାରୁଛନ୍ତି ହଜାର ହଜାର ଅଲିଭ ରିଡଲେ କଇଁଛ ଛୁଆ, ଦେଖନ୍ତୁ ଭିଡିଓ

ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦୀ ମୁହାଣରେ ଏବେ ଲାଗିଛି ବିରଳ ଅଲିଭ ରିଡଲେ କଇଁଛଙ୍କ ଭିଡ଼ । ହଜାର ହଜାର ସଂଖ୍ୟାରେ କଇଁଛମାନେ ଅଣ୍ଡା ଫୁଟାଇ ବାହାରିବା ପରେ ସମୁଦ୍ର ମୁହାଁ ହେଉଛନ୍ତି । ପୂର୍ବରୁ ମା’ କଇଁଛ ଦରିଆ ପାର କରି ହଜାର ହଜାର କିଲୋମିଟର ଦୂରରୁ ଛୁଟି ଆସିଥିଲେ ଏଠାକୁ ଅଣ୍ଡା ଦେବା ପାଇଁ । ଅଣ୍ଡା ଦେବା ପରେ ସେମାନେ ପୁଣି ଫେରି ଯାଇଛନ୍ତି ନିଜ ବାସସ୍ଥଳୀକୁ । ଏବେ ଅଣ୍ଡାରୁ ବାହାରୁଥିବା କଇଁଛ ଛୁଆ ସବୁ ନିଜ ମା’ମାନଙ୍କ ପଥ ଅନୁସରଣ କରିବେ ।
ସତରେ ଅଦଭୁତ ଏ ବିଶ୍ୱ । ଅଦଭୁତ ଏହାର ପ୍ରକୃତି । କେବଳ ଅଣ୍ଡା ଦେବାକୁ ଏହି ପ୍ରାଣୀ ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରରୁ ବଙ୍ଗୋପସାଗର ଦେଇ ଓଡ଼ିଶାର ବିଭିନ୍ନ ଉପକୂଳକୁ ଚାଲି ଆସନ୍ତି । ଏମାନଙ୍କ ଏକାସାଙ୍ଗରେ ଅଣ୍ଡାଦାନ ମଧ୍ୟ ଏକ ଅପୂର୍ବ ଓ ବିରଳ ଘଟଣା । ଯାହା ଏବେ ଋଷିକୂଲ୍ୟା ନଦି ମୁହାଁଣରେ ଦେଖିବାକୁ ମିଳିଛି ।
ଦେଖନ୍ତୁ ସେହି ଚମତ୍କାର ଭିଡିଓଟ୍ଟ

ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦୀ ମୁହାଣରୁ ଜନ୍ମ ନେଉଛନ୍ତି ହଜାର ହଜାର କଇଁଛ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.