ଏଟିଏମ୍‌ରେ ଆତଙ୍କ : କଣ ଆପଣ ବି ଟଙ୍କା ଉଠାଇବାକୁ ଯାଆନ୍ତି, ତାହେଲେ ଥରେ ନିଶ୍ଚୟ ପଢନ୍ତୁ ଏହାକୁ

ଲକଡାଉନ ସମୟରେ ରାଜ ରାସ୍ତାରେ ଜଙ୍ଗଲୀ ପଶୁ ପକ୍ଷୀ ବୁଲୁଥିବା ଖବର ଆପଣ ଶୁଣିଛନ୍ତି। କିନ୍ତୁ କଣ ଆପଣ କେବେ ଏଟିଏମ ମେସିନରୁ ସାପ ବାହାରିବା ଖବର ଦେଖିଛନ୍ତି କିମ୍ବା ଶୁଣିଛନ୍ତି। ଆଜ୍ଞା ହଁ, ଆଜି ଯେଉଁ ଭିଡ଼ିଓ ଆମେ ଆପଣଙ୍କୁ ଦେଖାଇବୁ ତାକୁ ଦେଖିଲେ ଅପଣଙ୍କ ଲୋମ ଟାଙ୍କୁରି ଉଠିବ। ଥରେ ଭାବନ୍ତୁ ତ ଆପଣ ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଛନ୍ତି ଆଉ ସାମାନ୍ୟ ଅନ୍ୟମନସ୍କ ଅଛନ୍ତି ଏହି ସମୟରେ ଟଙ୍କା ବଦଳରେ ଏକ ଲମ୍ବା ଚଉଡା ସାପ ବାହାରିବା, ସେତେବେଳେ ଆପଣଙ୍କ ଅବସ୍ଥା କଣ ହେବ।


ଏ ଭିଡ଼ିଓ ହେଉଛି ଗାଜିଆବାଦର କବିନଗର ଗୋବିନ୍ଦପୁରମ ଅଞ୍ଚଳରେ ଥିବା ଏକ ବ୍ୟାଙ୍କ ଏଟିଏମ ମେସିନରେ ସାପ ଭିତରକୁ ପଶୁଥିବା ଦେଖାଯାଉଛି। ଆପଣ ଏହି ଭିଡ଼ିଓରେ ଦେଖିପାରୁଥିବେ ଯେ ଲୋକମାନେ ଟଙ୍କା ଉଠାଇବା ପାଇଁ ଏଟିଏମ ବାହାରେ ଛିଡ଼ା ହୋଇଛନ୍ତି ଏବଂ ଏଟିଏମ ଭିତରେ ସାପଟି ଆରାମରେ ବୁଲୁଛି। ATM ବାହାରେ ଲୋକଙ୍କୁ ଦେଖି ସାପ ବାହାରକୁ ଯିବାପାଇଁ ରାସ୍ତା ପାଇଲନାହିଁ। ଶେଷରେ ସାପଟି ଭିତରେ ବୁଲି ବୁଲି ଏଟିଏମ ମେସିନ ଭିତରେ ପଶିଗଲା।

Snakeତେବେ ଏହି ଭିଡ଼ିଓକୁ ଦେଖିବା ପରେ ଆପଣ ନିହାତି ଭାବରେ ବୁଝିସାରିଥିବେ ଯେ ଯେତେବେଳେ ବି ଆପଣ ଟଙ୍କା ଉଠାଇବାକୁ ଯିବେ ତେବେ ବହୁତ ସାବଧାନର ସହିତ ମେସିନରୁ ଟଙ୍କା ଉଠାନ୍ତୁ। ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରଲ ହେଉଛି। ଲୋକମାନେ ଏହି ଭିଡ଼ିଓକୁ ଦେଖି ଭୟଭୀତ ହେବା ସହ ସଚେତନ ମଧ୍ୟ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.