ପାଣି ପାଇଁ ହନ୍ତସନ୍ତ: କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଶତାଧିକ ମହିଳା

ନୀଳଗିରି ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଜଳ ପାଇଁ ହନ୍ତସନ୍ତ ହେଉଥିବା ଶତାଧିକ ମହିଳା । ସୂଚନାରୁ ଜଣାଯାଇଛି ଏନ୍ ଏ ସିର ୧୩ ନଂ ୱାର୍ଡ ଗୋପୀନାଥପୁର ଗାଁରେ ନୂଆସାହି ବସ୍ତିଟି ଶ୍ୱର୍ଣ୍ଣଚୁଡ ପାହାଡ଼ ମାଳର ପାଦଦେଶରେ ଅବସ୍ଥିତ ଉକ୍ତ ବସ୍ତିଟି କଙ୍କ୍ରିଟ ପଥର ଉପରେ ବସ୍ତିର ଲୋକମାନେ ଘର ନିର୍ମାଣ କରି ରହିଛନ୍ତି ।

ନୀଳଗିରି ଜନସ୍ୱାସ୍ଥ୍ୟ ବିଭାଗ ପାଇପ୍ ଯୋଗେ ଉକ୍ତ ବସ୍ତୀକୁ ବ୍ୟବସ୍ଥା କରିଥିଲେ ବି ଦୀର୍ଘଦିନ ଧରି ପଚାଶରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି । ଏହି ବସ୍ତିକୁ ଟୋପାଏ ମଧ୍ୟ ଜଳ ଯାଉନାହିଁ । ଏ ସମ୍ପର୍କରେ ସ୍ଥାନୀୟ ନୂଆସାହି ବସ୍ତି ବାସିନ୍ଦା ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗ ପକ୍ଷରୁ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇନାହିଁ । ଏଥିରେ ଅତିଷ୍ଠ ହୋଇ ବସ୍ତିର ମହିଳାମାନେ ଧାରଣାରେ ବସିଥିଲେ ।

କନିଷ୍ଠ ଯନ୍ତ୍ରୀ କାର୍ଯ୍ୟାଳୟରେ ନଥିଲେ ଫୋନ୍ ଯୋଗେ ପଚାରିବାରୁ ଏ ସଂପର୍କରେ ସେ କୌଣସି ସୂଚନା ପାଇନାହାନ୍ତି ବୋଲି କହିଥିଲେ । ଅନ୍ୟ ପକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଏ ସମ୍ପର୍କରେ ବସ୍ତି ବାସିନ୍ଦା ପକ୍ଷରୁ ଏକ ଲିଖିତ ଅଭିଯୋଗ ପତ୍ର ଦିଆଯାଇଥିଲା ବେଳେ, ଜିଲ୍ଲାପାଳ ଉକ୍ତ ଜଳ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ କନିଷ୍ଠ ଯନ୍ତ୍ରୀଙ୍କ ବେପରୁଆ ମନୋଭାବ ମନମୁଖୀ କାର୍ଯ୍ୟ ପାଇଁ ଆଗାମୀ ଦଶରୁ ବାର ଦିନ ମଧ୍ୟରେ ଉକ୍ତ ଜଳ ସମସ୍ୟାର ସମାଧାନ କରା ନ ଗଲେ ବସ୍ତିର ଆଦିବାସୀ ମହିଳା ମାନେ ଉକ୍ତ କାର୍ଯ୍ୟାଳୟକୁ ଅଫିସ ଘେରାଉ କରିବା ସହିତ ରାଜ ରାସ୍ତାକୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.