ବିହାର ଶିକ୍ଷକ ଭର୍ତ୍ତି ପେପର ଲିକ୍‌ ମାମଲାରେ ବଡ଼ ଖୁଲାସା: ପରୀକ୍ଷାର୍ଥୀଙ୍କ ଠାରୁ ନିଆଯାଇଥିଲା ୧୦ ଲକ୍ଷ ଟଙ୍କା, ୩୦୦ ଗିରଫ

ପୋଲିସକୁ ଏହି ମାମଲାରେ ଖବର ମିଳିବା ପରେ ହଜାରୀବାଗର କୋହିନୁର ହୋଟେଲରେ ଚଢାଉ କରିଥିଲା । ଏହି ମାମଲାରେ ୩୩୦ ପାଖାପାଖି ଲୋକ ସହିତ ଗ୍ୟାଙ୍ଗର ୫ ଜଣ ସଦସ୍ୟକୁ ଗିରଫ କରାଯାଇଥିଲା । ୧୬ ମାର୍ଚ୍ଚରେ ଏମାନଙ୍କୁ ସିଭିଲ କୋର୍ଟରେ ହାଜର କରାଯାଇ ଜେଲ୍‌ ପଠାଇଦିଆଯାଇଥିଲା ।

ବିହାର ଶିକ୍ଷକ ଭର୍ତ୍ତି ପେପର ଲିକ୍‌ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସ୍ଲୋଭର ଗ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ଠାରୁ ୧୦-୧୦ ଲକ୍ଷ ଟଙ୍କା ନେଇଥିଲା । ଏହି ମାମଲାରେ ପାଟନା ପୋଲିସ ପାଖାପାଖି ୩୦୦ ଲୋକଙ୍କୁ ଗିରଫ କରିଥିଲା । ପରୀକ୍ଷାର୍ଥୀଙ୍କ ସମେତ ଗ୍ୟାଙ୍ଗର ସଦସ୍ୟଙ୍କୁ କୋର୍ଟ ଜେଲ ପଠାଇଥିଲେ । ବିହାରରେ କୌଣସି ପରୀକ୍ଷା ପେପର ଲିକ୍‌ ମାମଲାରେ ସବୁଠାରୁ ବଡ ଗିରଫଦାରୀ ।

ଏହି ମାମଲାରେ ୧୪ ମାର୍ଚ୍ଚରେ ପ୍ରଶ୍ନପତ୍ର ବାହାରକୁ ଆସିଥିଲା । ପରୀକ୍ଷା ପ୍ରଶ୍ନ ମିଳାଇବା ପରେ ବିଲକୁଲ୍‌ ସମାନ ରହିଥିଲା । ବିହାର ଶିକ୍ଷକ ଭର୍ତ୍ତି ପରୀକ୍ଷାରେ ଜାଲ୍‌ କାରବାର କରିବା ପାଇଁ ଝାଡଖଣ୍ଡର ହଜାରୀବାଗରେ ବସି ପ୍ଲାନି କରିଥିଲେ । ଏହି ରାକେଟ ହଜାରୀବାଗରୁ ସଂଚାଳିତ ହୋଇଥିଲା । ଯାହାର ଖୁଲାସା ବିହାର EOW, ବିହାର ପୋଲିସ ଏବଂ ଝାଡଖଣ୍ଡ ପୋଲିସର ମିଳିବ ସହଯୋଗରେ ଧରାପଡିଥିଲା ।

ହଜାରୀବାଗରୁ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରାଯାଇଥିଲା । ଏହି ରାକେଟ ସଂଚାଳନରେ ବିହାର ସରକାରର ଅନେକ ଅଫିସର ସଂଶ୍ଲିଷ୍ଟ ଥିବାର ପ୍ରମାଣ ମିଳିଛି । ବିହାରର ବରିଷ୍ଠ ଅଧିକାରୀଙ୍କ ନେମପ୍ଲେଟର ଗାଡି ହଜାରୀବାଗରେ ଜବତ କରାଯାଇଥିଲା । ପେପର ଲିକ୍‌ କରାଇବା ପାଇଁ ୧୦ ଲକ୍ଷ ଡିଲ୍‌ ହୋଇଥିଲା ଏବଂ ପ୍ରଶ୍ନପତ୍ର ୧୪ ମାର୍ଚ୍ଚରେ ବାହାରକୁ ଆସିଥିଲା ।

ପୋଲିସକୁ ଏହି ମାମଲାରେ ଖବର ମିଳିବା ପରେ ହଜାରୀବାଗର କୋହିନୁର ହୋଟେଲରେ ଚଢାଉ କରିଥିଲା । ଏହି ମାମଲାରେ ୩୩୦ ପାଖାପାଖି ଲୋକ ସହିତ ଗ୍ୟାଙ୍ଗର ୫ ଜଣ ସଦସ୍ୟକୁ ଗିରଫ କରାଯାଇଥିଲା । ୧୬ ମାର୍ଚ୍ଚରେ ଏମାନଙ୍କୁ ସିଭିଲ କୋର୍ଟରେ ହାଜର କରାଯାଇ ଜେଲ୍‌ ପଠାଇଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.