IPL ପୂର୍ବରୁ ଭାରତ ଫେରିଲେ ବିରାଟ କୋହଲି, ଏହି କାରଣରୁ ଲଣ୍ଡନରେ ଥିଲେ ୨ ମାସ

ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଭାରତ ଫେରିଆସିଛନ୍ତି । ସେ ପାଖାପାଖି ୨ ମାସ ଧରି ଲଣ୍ଡନରେ ଥିଲେ ।

ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଭାରତ ଫେରିଆସିଛନ୍ତି । ସେ ପାଖାପାଖି ୨ ମାସ ଧରି ଲଣ୍ଡନରେ ଥିଲେ । ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ କୋହଲି ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଲଣ୍ଡନ ଯାଇଥିଲେ । କାରଣ, ଅଭିନେତ୍ରୀ ଅନୁଷ୍କା ପ୍ରେଗ୍‌ନାଣ୍ଟ ଥିଲେ । ସେ ନିଜ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାର ଥିଲା ।

ରିପୋର୍ଟ ମୁତାବକ, କିଛି କମ୍ପ୍ଲିକେସନ୍ସ ହୋଇଥିଲା, ଯେଉଁଥିପାଇଁ ବିରାଟଙ୍କୁ ଟେଷ୍ଟ ସିରିଜ୍‌ ଛାଡ଼ି ପତ୍ନୀଙ୍କ ସହ ଲଣ୍ଡନ ଯିବାକୁ ପଡ଼ିଥିଲା । ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ସେମାନଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ତାଙ୍କ ନାମ ‘ଅକାୟ’ ରଖାଯାଇଛି । ବର୍ତ୍ତମାନ ବିରାଟ କୋହଲି ଏକୁଟିଆ ଭାରତ ଫେରିଛନ୍ତି ।

ସେପଟେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୪ ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି । ଏଥିପାଇଁ ସମସ୍ତ ୧୦ଟି ଟିମ୍‌ ପ୍ରସ୍ତୁତିରେ ଅଛନ୍ତି । ବର୍ତ୍ତମାନ ଆଇପିଏଲ୍‌ ପୂର୍ବରୁ ବିରାଟ କୋହଲି ବି ଲଣ୍ଡନରୁ ମୁମ୍ବାଇ ଫେରିଛନ୍ତି । କୋହଲିଙ୍କୁ ମୁମ୍ବାଇ ବିମାନବନ୍ଦରରେ ସ୍ପଟ୍‌ କରାଯାଇଛି ।

ପୂର୍ବତନ ଅଧିନାୟକ କୋହଲି ଏବେ ବହୁତ ଜଲ୍‌ଦି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) କ୍ୟାମ୍ପ୍‌ରେ ଯୋଡ଼ି ହେବାର ସମ୍ଭାବନା ରହିଛି । ଆର୍‌ସିବି ଘୋଷଣା କରିଛି ଯେ ମାର୍ଚ୍ଚ ୧୯ରେ ଏହା ‘ଆର୍‌ସିବି ଅନ୍‌ବକ୍ସ ପ୍ରୋଗ୍ରାମ’ କରିବାକୁ ଯାଉଛି, ଯେଉଁ ସମୟରେ କିଛି ବଡ଼ ଘୋଷଣା ମଧ୍ୟ ହୋଇପାରେ । ଏଥିରେ ବିରାଟ କୋହଲି, ଫାଫ୍‌ ଡୁ ପ୍ଲେସିସ୍‌ ଓ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ସମେତ ସମସ୍ତ ଖେଳାଳି ସାମିଲ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.