ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାରାୟଣୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଆଖିବୁଜିଲେ ଦମ୍ପତି

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାରାୟଣୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଆଖିବୁଜିଲେ ଦମ୍ପତି ।

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାରାୟଣୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଆଖିବୁଜିଲେ ଦମ୍ପତି । ମୃତ ଦମ୍ପତି ହେଲେ ଆୟତପୁର ଗାଁର ବାବୁଲା ପ୍ରଧାନ ଓ ବାଟୁରୀ ପ୍ରଧାନ । ଆଜି ସକାଳେ ଉଭୟ ବାଇକରେ ନିଜ ଗାଁରୁ ବାହାରି ପେଟ୍ରୋଲ ପକାଇବାକୁ ଯିବା ସମୟରେ ନାରାୟଣୀ ଛକରେ ଏକ କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ଦୁର୍ଘଟଣାରେ ଉଭୟ ଗୁରୁତର ଆହାତ ହୋଇଥିଲେ । ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ୱୁଲାନସ ଯୋଗେ ଖଲ୍ଲିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଦୁର୍ଘଟଣା ଘଟାଇଥିବା କାର୍ କୁ ଜବତ କରାଯାଇଥିବା ବେଳେ କାର୍ ଡ୍ରାଇଭରକୁ ଅଟକ ରଖିଛି ଖଲ୍ଲିକୋଟ ଥାନା ପୋଲିସ୍ ।  ଘଟଣା ନେଇ ଅଧିକ  ତଦନ୍ତ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.