ରାମମନ୍ଦିରକୁ ମିଳିଛି କୋଟି କୋଟି ଟଙ୍କାର ଦାନ, ସବୁଠୁ ଆଗରେ ରହିଛନ୍ତି ଭାରତୀୟ ସେଲିବ୍ରିଟି

ସାଉଥ୍ ସୁପରଷ୍ଟାର ପବନ କଲ୍ୟାଣ ୩୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଶକ୍ତିମାନ ଷ୍ଟାର ତଥା ମହାଭାରତ ଭୀଷ୍ମ ମୁକେଶ କୁମାର ୧ ଲକ୍ଷ, ଟିଭି ଷ୍ଟାର ଗୁରୁମିତ ଚୌଧୁରୀ ୧ ଲକ୍ଷ , ସାଉଥ ହିରୋଇନ ପ୍ରଣିତା ୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ସେହିପରି ବାହୁବଲୀ ଷ୍ଟାର ପ୍ରଭାସ ୫୦ କୋଟି ଦାନ କରିଥିବା ଚର୍ଚ୍ଚା ହେଉଛି ।

ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି । ମୁଖ୍ୟ ଯଜମାନ ଦାୟିତ୍ୱ ନିର୍ବାହ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ କଲେ । ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ମିନିଟ ୩୨ ସେକେଣ୍ଡ ଶୁଭ ମୁହୂର୍ତ୍ତ ରହିଥିଲା । ପ୍ରାଣ ପ୍ରତିଷ୍ଠା ପରେ ପ୍ରଭୁ ଶ୍ରୀରାମଙ୍କ ମଙ୍ଗଳ ଆଳତି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ମନ୍ଦିର ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ହୃଦୟ ଖୋଲି ଦାନ କରିଛନ୍ତି । ରାମ ମନ୍ଦିରକୁ ଦାନରେ ସବୁଠୁ ଆଗରେ ରହିଛନ୍ତି ଭାରତୀୟ ସେଲିବ୍ରିଟିମାନେ । ତେବେ କୁହାଯାଉଛି କି, ସାଉଥ୍ ସୁପରଷ୍ଟାର ପବନ କଲ୍ୟାଣ ୩୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଶକ୍ତିମାନ ଷ୍ଟାର ତଥା ମହାଭାରତ ଭୀଷ୍ମ ମୁକେଶ କୁମାର ୧ ଲକ୍ଷ, ଟିଭି ଷ୍ଟାର ଗୁରୁମିତ ଚୌଧୁରୀ ୧ ଲକ୍ଷ , ସାଉଥ ହିରୋଇନ ପ୍ରଣିତା ୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ସେହିପରି ବାହୁବଲୀ ଷ୍ଟାର ପ୍ରଭାସ ୫୦ କୋଟି ଦାନ କରିଥିବା ଚର୍ଚ୍ଚା ହେଉଛି ।

ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସୂଚନା ଅନୁସାରେ ମନ୍ଦିର ନିର୍ମାଣ ପାଇଁ ଏପର୍ଯ୍ୟନ୍ତ ୧୧୦୦ କୋଟି ଟଙ୍କା ବ୍ୟୟ ହୋଇ ସାରିଛି । ସମ୍ପୂର୍ଣ୍ଣ ନିର୍ମାଣ କାମ ଶେଷ ହେବା ପାଇଁ ଆଉ ୩୦୦ କୋଟି ଟଙ୍କାର ଆବଶ୍ୟକତା ରହିଛି । ମନ୍ଦିର ନିର୍ମାଣ ନେଇ ୨୦୨୧ ଜାନୁଆରୀ ୧୪ରୁ ଫେବ୍ରୁଆରୀ ୨୭ ତାରିଖ ପର୍ଯ୍ୟନ୍ତ ଦାନ ଗ୍ରହଣ କରାଯାଇଥିଲା । ଏହି ୪୫ ଦିନ ମଧ୍ୟରେ ସଂଗୃହୀତ ହୋଇଥିଲା ୨୫୦୦ କୋଟି ଟଙ୍କା ।

ତେବେ ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଭାବେ ଦାନ କରିବାରେ ସବୁଠୁ ଆଗରେ ଅଛନ୍ତି ଅଧ୍ୟାତ୍ମିକ ଗୁରୁ ରାମ ମୁରାରୀ ବାପୁ । ସେ ୧୮.୬ କୋଟି ଟଙ୍କା ମନ୍ଦିର ନିର୍ମାଣ ପାଇଁ ଦାନ କରିଛନ୍ତି । ତାଙ୍କ ସୂଚନା ଅନୁସାରେ ଭାରତ ଭିତରୁ ୧୧.୩ କୋଟି, ବ୍ରିଟେନ ଓ ୟୁରୋପରୁ ୩.୨୧ କୋଟି ଏବଂ ଆମେରିକା, କାନାଡ଼ା ଓ ଅନ୍ୟ ଦେଶରୁ ୪.୧୦ କୋଟି ଟଙ୍କା ଦାନ ସ୍ବରୂପ ଆସିଛି ।

୩ ହଜାରରୁ ଊର୍ଦ୍ଧ୍ବ ଉପହାର ଆସିଛି ମନ୍ଦିର ଟ୍ରଷ୍ଟକୁ । ଗୋଟିଏ ଶହେ ୮ ଫୁଟର ଧୂପ, ୨୧୦୦ କେଜିର ଘଣ୍ଟି, ୪୦୦ କିଲୋର ଚାବି ଆଦି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.