ପୀତାମ୍ବର ବସ୍ତ୍ର, ସ୍ୱର୍ଣ୍ଣ ଆଭୂଷଣ, ହାତରେ ସୁନାର ଧନୁତୀର… ଭବ୍ୟ ମନ୍ଦିରରେ ଦର୍ଶନ ଦେଉଛନ୍ତି ରାମଲାଲା

ଅଯୋଧ୍ୟାରେ ସମ୍ପନ୍ନ ହୋଇଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହା ସହିତ ରାମଲାଲାଙ୍କର ପ୍ରଥମ ସମ୍ପୂର୍ଣ୍ଣ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ପ୍ରଭୁ ଶ୍ରୀରାମ ପୀତାମ୍ବର ବସ୍ତ୍ର, ସ୍ୱର୍ଣ୍ଣ ଆଭୂଷଣ ଏବଂ ହାତରେ ସୁନାର ଧନୁତୀର ଧରି ଦର୍ଶନ ଦେଇଛନ୍ତି ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ୧୨ଟା ୩୦ରୁ ୧ଟା ମଧ୍ୟରେ ୮୪ ସେକେଣ୍ଡର ଶୁଭ ମୁହୂର୍ତ୍ତରେ କରାଯାଇଛି । ଏହା ପୂର୍ବରୁ ପ୍ରାଣ ପ୍ରତିଷ୍ଠା ସହ ଜଡ଼ିତ ଅନୁଷ୍ଠାନ ହୋଇଥିଲା । ପ୍ରାଣ ପ୍ରତିଷ୍ଠା ପରେ ରାମଲାଲାଙ୍କ ମୂର୍ତ୍ତିର ଆଖିରୁ ପଟ୍ଟି ଖୋଲାଯାଇଥିଲା ଏବଂ ଏହାପରେ ବିଧି ବିଧାନର ସହ ପୂଜାର୍ଚ୍ଚନା କରାଯାଇଥିଲା ।

ରାମଲାଲାଙ୍କ ଅଣ୍ଟାରେ ରହିଛି କମରଧନୀ । ତାଙ୍କ ଗଳାରେ ଶୋଭା ପାଉଛି ସୁନାର ହାର, ଯେଉଁଥିରେ ଖଚିତ ହୋଇଛି ରତ୍ନ । ରାମଲାଲା ହାତରେ ସୁନାର ଧନୁତୀର ଧରିଛନ୍ତି । ସେପଟେ ପ୍ରଭୁଙ୍କ ମୁକୁଟରେ ନବରତ୍ନ ଖଚିତ ହୋଇଛି । ଭଗବାନ ରାମଙ୍କ ସହିତ ସ୍ଥାପିତ ପ୍ରଭୁ ହନୁମାନ ଓ ଗରୁଡ଼ ମଧ୍ୟ ମୋତିର ମାଳ ପିନ୍ଧିଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.