ଯାଜପୁର: ସ୍ତ୍ରୀକୁ ଶିଳପୁଆରେ ଛେଚି ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଗିରଫ

ଯାଜପୁର ଟାଉନ(କେନ୍ୟୁଜ୍): ଘରୋଇ କଳିକୁ କେନ୍ଦ୍ର କରି ସ୍ତ୍ରୀକୁ ଶିଲିପୁଆରେ ଛେଚି ମାରିଲା ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦଶରଥପୁର ବ୍ଲକ ତଥା ମଙ୍ଗଳପୁର ଥାନା ଶୁଶୁଆ ପଂଚାୟତ ଈଶ୍ୱରପୁର ଗ୍ରାମରେ ।ସୂଚନା ମୁତାବକ ଈଶ୍ୱରପୁର ଗ୍ରାମ ଅଭିରାମ ଦାସଙ୍କ ପୁଅ ଅରୁଣ ଦାସ(୩୫) ଏବଂ ପତ୍ନୀ ବୀଣାପାଣି ଦାସ(୨୮)ଙ୍କ ମଧ୍ୟରେ ଘରୋଇ ସମସ୍ୟାକୁ ନେଇ ପ୍ରାୟତଃ କଳିଝଗଡା ଲାଗିଥାଏ । ଏମିତିକି ଚଳିତ ମାସ ୧୩ ତାରିଖରେ ସ୍ୱାମୀ ସ୍ତ୍ରୀଙ୍କ ମଦ୍ୟରେ ଘଟିଥିବା କଳିଗୋଳ ଅଭିଯୋଗକୁ ନେଇ ପୋଲିସ ଅରୁଣକୁ ଥାନାରେ ଅଟକ ରଖିଥିବା ବେଳେ ମଙ୍ଗଳପୁର ଥାନାରେ ଅରୁଣର ଲିଖିତ ସ୍ବୀକାରୋକ୍ତି ପରେ ପୋଲିସ ତାକୁ ଛାଡିଥିଲା ।

। ଆଜି ରାତି ପ୍ରାୟ ୮ ଟା ସମୟରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା କଳିଝଗଡାରେ ଅରୁଣ ନିଜର ହେତା ହ୍ୟତ ଜ୍ଞାନ ହରାଇବା ସହିତ ଘରେ ଥିବା ଏକ ଶିଲିପୁଆରେ ପତ୍ନୀ ବୀଣାପାଣିଙ୍କ ମୁଣ୍ଡକୁ ଛେଚି ଦେବାରୁ ଘଟଣା ସ୍ଥଳରେ ହିଁ ବିଣାପାଣିଙ୍କର ମୃତ୍ୟୁ ହୋଇଥିଲା । ବୀଣାପାଣିଙ୍କର ମୃତ୍ୟୁ ହୋଇଯିବା ଜାଣି ଅରୁଣ ଦୀର୍ଘ ସମୟ ପର୍ଯ୍ୟନ୍ତ  ଘର କବାଟ ବନ୍ଦ କରି ଦେଇଥିବାବେଳେ ପଡୋଶୀ ଏକଥା ଜାଣିପାରି ମଙ୍ଗଳପୁର ଥାନାକୁ ଜଣାଇଥିଲେ । ମଙ୍ଗଳପୁର ଏସ ଆଇ ହରିସ ସିଂ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ସ୍ୱାମୀ ଅରୁଣକୁ କାବୁ କରି ଥାନାକୁ ଆଣି ଅଧିକ ତଦନ୍ତ ଜାରିରଖିଛି ।ଆସନ୍ତାକାଲି ସାଇନ୍ଟଫିକ ଟିମ ପହଁଚିବା ପରେ ଘଟାଣାର ଅଧିକ ଛାନଭିନ କରାଯିବ ବୋଲି ମଙ୍ଗଳପୁର ଥାନା ସୂତ୍ରରୁ ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.