Below header

ଘୋଡ଼ା ପିନ୍ଧିଛି ଜିନ୍ସ, ଲାଗୁଛି ଫ୍ୟାଶନେବଲ; ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଫଟୋ

ଘୋଡ଼ା ପିନ୍ଧିଛି ଜିନ୍ସ। ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ। କଟ୍‌ ଅପ୍‌ ଜିନ୍ସ ପିନ୍ଧିଥିବା ଏକ ଘୋଡ଼ାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯାହା ଲୋକଙ୍କ ଧ୍ୟାନ ଆକର୍ଷିତ କରିଛି। ତେବେ ଏହି ଘୋଡ଼ାର ଜିନ୍ସ ପିନ୍ଧିବା କାହାଣୀ ବି ବେଶ୍‌ ରୋଚକ।

ଟ୍ଵିଟର ୟୁଜର ବେନ୍‌ ବୋୟଟାସ୍‌ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ଘୋଡ଼ାର ଫଟୋ ସେୟାର କରିଛନ୍ତି। ଫଟୋରେ କ୍ୟାପସନ୍‌ ଲେଖିଛନ୍ତି- ଘୋଡ଼ା ଗୋଡ଼ରେ ଏକ ଖଣ୍ଡିଆ ହୋଇଯାଇଥିଲା। କାଳେ ମାଛି ବସି ଇନ୍‌ଫେକସନ୍‌ ହେବ ଏଣୁ ମୋ ପତ୍ନୀ ଏହି ପ୍ରତିଭାଶାଳୀ ସମାଧାନ ବାହାର କରିଛନ୍ତି।

ଦେଖନ୍ତୁ ଫଟୋ:


ଘୋଡ଼ାର ଆଗ ଦୁଇ ଗୋଡ଼ରେ ଏହି ଜିନ୍ସ ପିନ୍ଧାଯାଇଛି ଓ ଉଭୟକୁ ଯୋଡ଼ି ରଖିବା ପାଇଁ ଏକ ବେଲ୍ଟ ବି ବନ୍ଧାଯାଇଛି।

ତେବେ ମାତ୍ର କିଛି ସମୟ ମଧ୍ୟରେ ଏହି ଜିନ୍ସ ପିନ୍ଧା ଘୋଡ଼ାଟି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଫଟୋରେ ଏବେ ଯାଏଁ ୬୪ ହଜାରରୁ ଅଧିକ ଲାଇକ୍‌ ମିଳିଥିବା ବେଳେ ୬୦୦ରୁ ଊର୍ଦ୍ଧ୍ୱ ଲୋକ କମେଣ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.