କେନ୍ଦୁଝର: ମୋବାଇଲରେ କଥା ହେଉଥିବା ସନ୍ଦେହ କରି ନାବାଳିକାକୁ ପିଟିପିଟି ହତ୍ୟା, ପରେ ସାବତ ବାପାର ଆତ୍ମହତ୍ୟା ଉଦ୍ୟମ

କେନ୍ଦୁଝର(କେନ୍ୟୁଜ୍): ନାବାଳିକାକୁ ପିଟିପିଟି ହତ୍ୟା କରିବା ପରେ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ । ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରଘୁଆଳ ସାହିରେ । ଗୁୁରୁତର ଅବସ୍ଥାରେ ଅଭିଯୁକ୍ତ କୈଳାଶ ସିତାରୀଙ୍କୁ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ୍‌ । ପୋଲିସ ସୂଚନା ଅନୁସାରେ ଗତ କିଛି ବର୍ଷ ତଳେ ଜଗନ୍ନାଥପୁର ଅଞ୍ଚଳର  ସରତ ଓରାମ ମୃତ୍ୟୁ ବରଣ କରିଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ସହ ଶାନ୍ତିଲତା ରହୁଥିଲେ । ତେବେ ରଘୁଆଲ ସାହିର କୈଳାସ ପରବର୍ତ୍ତୀ ସମୟରେ ଶାନ୍ତିଲତାଙ୍କ ସହ ସମ୍ପର୍କ ରଖିବା ସହିତ ଦ୍ୱିତୀୟ ସ୍ତ୍ରୀ ରୂପେ ଗ୍ରହଣ କରିଥିଲା ।

ପୂର୍ବରୁ କୈଳାଶଙ୍କ ସ୍ତ୍ରୀ ମଧ୍ୟ ମୃତ୍ୟୁ ବରଣ କରି ସାରିଥିଲେ । ଏଭଳି ସ୍ଥିତିରେ ଗତ ରାତିରେ ଦ୍ୱିତୀୟ ସ୍ତ୍ରୀ ଶାନ୍ତିଲତାଙ୍କ ନାବାଳିକା ଝିଅ କୌଣସି ଜଣେ ପିଲାସହ ମୋବାଇଲରେ କଥା ହେଉଥିବା ବେଳେ କୈଳାଶ ରାଗି ଯାଇ ନାବାଳିକାକୁ ଏକ କାଠ ଫାଳିଆରେ ନିସ୍ତୁକ ପିଟିଥିଲେ ।  ଯାହା ଫଳରେ ନାବାଳିକାର ମୃତ୍ୟୁ ଘଟିଥିଲା ।  ନାବାଳିକା ଜଣକ ମରିଯିବା ପରେ ଘର ଭିତରକୁ ଯାଇ କୈଳାଶ  ବେକରେ ଦଉଡ଼ି ଲଗାଇ  ଆତ୍ମା ହତ୍ୟା ଉଦ୍ୟମ କରିଥିଲେ।  ହେଲେ ତାଙ୍କ ସ୍ତ୍ରୀ ଶାନ୍ତିଲତା ଏହା ଦେଖି ଏକ ଦାରେ ରଶିଟିକୁ  କାଟି ପକାଇଥିଲେ । ଯାହାଫଳରେ କୈଳାଶ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ।ଏ ଘଟଣାକୁ ନେଇ ଗ୍ରାମବାସୀମାନେ ପୋଲିସକୁ ଖବର ଦେବା ସହ ଗୁରୁତର କୈଳାଶଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ  ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.