ବର୍ଷା ଯୋଗୁ କଟିଲା ଲାଇନ, ଅନ୍ଧାରରେ ସାପ କାମୁଡ଼ାରେ ସ୍ୱାମୀ ମୃତ; ସ୍ତ୍ରୀ ଗୁରୁତର

ପୁଣି ସାପ ନେଲା ଜୀବନ । ସର୍ପାଘାତରେ ସ୍ୱାମୀ ଆଖି ବୁଜି ଦେଇଥିବା ବେଳେ ମେଡିକାଲ ବେଡରେ ଛଟପଟ ହେଉଛନ୍ତି ପତ୍ନୀ। ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଲାଇନପଡ଼ା ଫାଣ୍ଡି ଅନ୍ତର୍ଗତ ପାଣ୍ଡୁଲି ଗ୍ରାମରେ ।

କନ୍ଧମାଳ (କେନ୍ୟୁଜ): ପୁଣି ସାପ ନେଲା ଜୀବନ । ସର୍ପାଘାତରେ ସ୍ୱାମୀ ଆଖି ବୁଜି ଦେଇଥିବା ବେଳେ ମେଡିକାଲ ବେଡରେ ଛଟପଟ ହେଉଛନ୍ତି ପତ୍ନୀ। ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଲାଇନପଡ଼ା ଫାଣ୍ଡି ଅନ୍ତର୍ଗତ ପାଣ୍ଡୁଲି ଗ୍ରାମରେ । ମୃତକଙ୍କ ନାମ ବିମଳ କହଁର ଏବଂ ଗୁରୁତର ଥିବା ସ୍ତ୍ରୀଙ୍କ ନାମ ସତ୍ୟଭାମା କହଁର। ବର୍ତ୍ତମାନ ସେ ଗୁରତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଚିକିତ୍ସାଧୀନ ଅଛନ୍ତି ।

ସୂଚନା ଅନୁସାରେ ବର୍ଷା ଯୋଗୁ ଲାଇନ ନଥିବା ବେଳେ କୌଣସି ଏକ ବିଷାକ୍ତ ସାପ ସ୍ୱାମୀ ସ୍ତ୍ରୀଙ୍କୁ ଦଂଶନ କରିଥିଲା। ରାତି ପ୍ରାୟ ୨ଟା ବେଳେ ଏକ ବିଷାକ୍ତ ସାପ ପ୍ରଥମେ ବିମଳଙ୍କ ହାତକୁ ଓ ପରେ ସତ୍ୟଭାମାଙ୍କ ହାତକୁ ମଧ୍ୟ କାମୁଡ଼ି ଦେଇଥିଲା । ଉଭୟ ହଠାତ୍‌ ଚିତ୍କାର କରି ଉଠିପଡ଼ିଥିଲେ। ଉଭୟଙ୍କ ପାଟି ଶୁଣି ଗ୍ରାମବାସୀ ଦୁହିଁଙ୍କୁ ପ୍ରଥମେ ଖଜୁରୀପଡା ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଡାକ୍ତର ସେଠାରେ ସ୍ୱାମୀ ବିମଳ କହରଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସତ୍ୟଭାମା ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.