ଘାଟିରୁ ଖସୁଛି ବଡ଼ ବଡ଼ ପଥର ଖଣ୍ଡ, ୪୯ ନମ୍ବର ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ

ପାହାଡରୁ ଖସୁଛି ଟନ ଟନ ଓଜନର ପଥର । ପଥର ଖସି କେନ୍ଦୁଝର ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ବନ୍ଦ ହୋଇଯାଇଛି । ଏତେ ବଡ଼ ବଡ ପଥର ଖସୁଛି ଯେ ଯାହାକୁ ଉଠାଇବା ସହଜ ହେଉନାହିଁ । ଫଳରେ ଠପ୍‌ ହୋଇଯାଇଛି ଯାତାୟାତ।

କେନ୍ଦୁଝର (କେନ୍ୟୁଜ): ଜୁଡିଆ ଘାଟିରେ ଭୁସ୍ଖଳନ । ୪୯ ନମ୍ବର ଜାତୀୟ ରାଜପଥ ଉପରେ ପଡ଼ିଲା ବଡ଼ ବଡ଼ ପଥର ଖଣ୍ଡ। ଫଳରେ ରାସ୍ତାର ଗୋଟିଏ ପାର୍ଶ୍ୱ ରାସ୍ତା ବନ୍ଦ ରହିଛି। ଠପ୍‌ ହୋଇଯାଇଛି ଯାତାୟାତ। ତେବେ ସୌଭାଗ୍ୟ ବଶତଃ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି। ଘାଟିରୁ ପଥର ଖଣ୍ଡ ଖସୁଥିବାରୁ ଲୋକମାନେ ଭୟଭୀତ ଅଛନ୍ତି। ଛୋଟ ଛୋଟ ପଥର ଉଠାଯାଉଥିବା ବେଳେ ବଡ଼ ବଡ଼ ପଥର ଉଠାଇବା ପାଇଁ କ୍ରେନର ଆବଶ୍ୟକତା ପଡିପାରେ ବୋଲି କୁହାଯାଉଛି ।

 

 

You might also like