ସ୍ତ୍ରୀ ବେକକୁ ଧାରୁଆ ଛୁରୀରେ କାଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କଲା ସ୍ୱାମୀ

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍‌ ଟିକିରି ଥାନା ଶଙ୍କରଡ଼ା ପଞ୍ଚାୟତର ଖଡିକାଯଡି ଗାଁରେ ଅଭାବନୀୟ ଘଟଣା। ପାରିବାରିକ ବିବାଦ ପରେ ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା ଉଦ୍ୟମ କରିଛି ସ୍ୱାମୀ ।

ରାୟଗଡ଼ା(କେନ୍ୟୁଜ୍): ସ୍ତ୍ରୀ ବେକକୁ ଧାରୁଆ ଛୁରୀରେ କାଟି ହତ୍ୟା କରିବା ପରେ ନିଜର ବେକକାଟି ଆତ୍ମହତ୍ୟା ଉଦ୍ୟମ କଲା ସ୍ୱାମୀ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍‌ ଟିକିରି ଥାନା ଶଙ୍କରଡ଼ା ପଞ୍ଚାୟତର ଖଡିକାଯଡି ଗାଁରେ ଅଭାବନୀୟ ଘଟଣା। ପାରିବାରିକ ବିବାଦ ପରେ ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା ଉଦ୍ୟମ କରିଛି ସ୍ୱାମୀ । ୩ବର୍ଷ ପୂର୍ବେ ତୟାପୁଟ ଗାଁର ସମ୍ବଡ ମାଝୀ ଖଡିକାଯୋଡିର ସୁନିତା ମାଝୀଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ବର୍ଷର ଏକ ଝିଅ ରହିଛି।

ଆଜି ଅପରାହ୍ନରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ପରେ ସୁନିତାଙ୍କ ବେକକୁ ଧାରୁଆ ଛୁରୀରେ କାଟି ହତ୍ୟା କରିଥିଲା ସମ୍ବଡ଼। ପରେ ନିଜ ଗାଁ ତୟାପୁଟକୁ ଆସି ନିଜ ବେକ କାଟି ଆତ୍ମହତ୍ୟ ଉଦ୍ୟମ କରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଟିକିରି ଥାନାରେ ଏକ ହତ୍ୟା ମାମଲା ରୁଜୁ କରିଛନ୍ତି ସୁନୀତାଙ୍କ ପରିବାର।