ଜୟପୁର ହରଡଗୁଡ଼ା ଗାଁରେ ଅଭାବନୀୟ ଘଟଣା: ୫ ବର୍ଷର ଶିଶୁ ପୁତ୍ର ସହ ସ୍ତ୍ରୀକୁ ହତ୍ୟା କଲା ନିଷ୍ଠୁର ସ୍ୱାମୀ

ଜୟପୁର: ୫ ବର୍ଷର ଶିଶୁ ପୁତ୍ରକୁ ହତ୍ୟା କଲା ବାପା । ତା ସହ ନିଜ ସ୍ତ୍ରୀକୁ ମଧ୍ୟ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଜୟପୁର ବିସିଂହପୁର ଥାନା ହରଡଗୁଡ଼ା ଗାଁରେ ଏହି ଘଟଣା ଘଟିଛି। ଗ୍ରାମବାସୀ ସଂପୃକ୍ତ ସ୍ୱାମୀଙ୍କୁ ବାନ୍ଧିକି ରଖିଥିବା ବେଳେ, ବିସିଂହପୁର ପୋଲିସକୁ ଖବର ଦେଇଥିବା ଜଣାପଡିଛି। ମୃତକ ଦୁଇ ଜଣ ହେଲେ ଡମୁଣି ମୁଦୁଲି ଓ ପୁଅ ପବୁଲୁ ମୁଦୁଲି ।

ହତ୍ୟାକାରୀ ସ୍ୱାମୀ ଧବୁଲୁ ମୁଦୁଲିକୁ ପୋଲିସ କାବୁ କରି ଥାନାକୁ ନେଇଛି। ସାଇଣ୍ଟିଫିକ୍‌ ଟିମ୍‌କୁ ଖବର ଦିଆଯାଇଛି। ପୋଲିସର ଏକ ଟିମ୍‌ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ବିସିଂହପୁର ଥାନା ଅଧିକାରୀ ଦାମୋଦର ବିହାରୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.