୯ କୋଟିରୁ ଊର୍ଦ୍ଧ୍ବ ଚାଷୀଙ୍କୁ ମୋଦି ଦେଲେ ଉପହାର, ଚାଷୀଙ୍କ ଖାତାକୁ ଆସିଲା ୮ମ କିସ୍ତି ଟଙ୍କା: ଏମିତି ଚେକ୍ କରନ୍ତୁ ଷ୍ଟାଟସ୍

ଦେଶର ୯.୫ କୋଟି ଚାଷୀଙ୍କ ପାଇଁ ଖୁସି ଖବର।  କେନ୍ଦ୍ର ସରକାରଙ୍କ ପିଏମ କିଷାନ ସମ୍ମାନନିଧି ଯୋଜନାରେ ଅଷ୍ଟମ କିସ୍ତି ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏକ ଭିଡିଓ କନ୍‌ଫରେନ୍ସି ଜରିଆରେ ଚାଷୀଙ୍କ ଖାତାରେ କିସ୍ତି ଟଙ୍କା ପ୍ରଦାନ କରିଥିବା କଥା ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ୯.୫ କୋଟି ଚାଷୀଙ୍କ ଖାତାରେ ୨୦୦୦ ଟଙ୍କା ଲେଖାଏଁ ଟ୍ରାନ୍ସଫର କରାଯାଇଛି । ଅଷ୍ଟମ କିସ୍ତି ଆକାରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯ ହଜାର କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି।

ଏମିତି ଚେକ୍ କରନ୍ତୁ ଷ୍ଟାଟସ ?

– ପ୍ରଥମେ ମୋବାଇଲ କିମ୍ବା କମ୍ପ୍ଯୁଟରର ବ୍ରାଉଜରକୁ ଯାଇ ପିଏମ୍ କିସାନ ସ୍କିମର ଅଫିସିଆଲ ୱେବସାଇଟ https://pmkisan.gov.in/କୁ ଯାଆନ୍ତୁ।
– ଏଠାର ଡାହାଣ ପଟ କଡରେ Farmers corner ଅପସନ ଦେଖିବାକୁ ମିଳିବ।
– ସେଠାରେ କ୍ଲିକ କରିବା ପରେ Beneficiary list ରେ କ୍ଲିକ କରନ୍ତୁ।
– ଏବେ ଏକ ନୂଆ ପେଜ ଖୋଲିବ।
– ଏହି ପେଜରେ ରାଜ୍ଯ, ଜିଲ୍ଲା, ଉପଜିଲ୍ଲା, ବ୍ଲକ ଏବଂ ଗାଁକୁ ଚୟନ କରନ୍ତୁ।
– ସମସ୍ତ ବିକଳ୍ପ ଚୟନ କରିବା ପରେ Get report କ୍ଲିକ କରନ୍ତୁ।
– ଏଠାରେ ଲିଷ୍ଟ ଅନେକ ପେଜର ରହିବ। ଏହି ଲିଷ୍ଟରେ ନାମ ଆଲାବେଟିକାଲ ଅର୍ଡରରେ ଦେଖିବାକୁ ମିଳିବ। ଆପଣ ନିଜର ନାମକୁ ସହଜରେ ଚେକ୍ କରିପାରିବେ।

ଯଦି ଆପଣ ନିକଟରେ ରେଜିଷ୍ଟ୍ରସନ କରାଇଛନ୍ତି ଆଉ ଏହି ଲିଷ୍ଟରେ ଆପଣଙ୍କ ନାଁ ନାହିଁ, ତେବେ ୱେବସାଇଟ ଜରିଆରେ ଆପଣ ରେଜିଷ୍ଟ୍ରସନ ଷ୍ଟାଟସ ମଧ୍ୟ ଚେକ୍ କରିପାରିବେ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ଅଷ୍ଟମ କିସ୍ତି ଏପ୍ରିଲ ମାସରେ ଗ୍ରାହକଙ୍କ ଖାତାକୁ ଟ୍ରାନ୍ସଫର ହେବ ବୋଲି ସୂଚନା ମିଳିଥିଲା। ୨୦୨୧-୨୨ର ପ୍ରଥମ କିସ୍ତି । ୨୦୧୮ ଡିସେମ୍ବରରୁ ଏହାକୁ ପିଛିଲା ଭାବେ ଲାଗୁ କରାଯାଇଥିଲା । ଏହି ସ୍କିମ୍‌ ଜରିଆରେ କେନ୍ଦ୍ର ସରକାର ପ୍ରତ୍ୟେକ ଚାଷୀ ପରିବାରକୁ ପ୍ରତିବର୍ଷ ୬୦୦୦ ଟଙ୍କା ଦେଇଥାନ୍ତି । ଏହି ରାଶି ୨୦୦୦ ଟଙ୍କାର ୩ଟି ସମାନ କିସ୍ତିରେ ପ୍ରଦାନ କରାଯାଇଥାଏ । ପ୍ରତ୍ୟେକ ୪ ମାସରେ ଏହି ରାଶି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.