କରୋନା କଟକଣାରେ ଲୁଚାଛପାରେ ଚାଲିଥିଲା ୧୫ଶହ ଲୋକଙ୍କ ପାଇଁ ବାହାଘର ଭୋଜି, ମାଡି ବସିଲା ପ୍ରଶାସନ

ବ୍ରହ୍ମପୁର: କରୋନା କଟକଣାରେ ଲୁଚାଛପା ଚାଲିଥିବା ବାହାଘର ଭୋଜି । ମାଡି ବସିଲା ପ୍ରଶାସନ । ବାହାଘର ପାଇଁ କେବଳ ୫୦ ଲୋକଙ୍କ ଅନୁମତି ରହିଛି । ହେଲେ ବାହାଘରରେ ଡକାଯାଇଥିଲା ଦେଢ଼ ହଜାର ଲୋକ । ଏଥିପାଇଁ ଚାଲିଥିଲା ରୋଷେଇ । ହେଲେ ଠିକ ସମୟରେ ଖବର ପାଇ ଗାଁରେ ପହଁଚିଥିଲା । କଟକଣା ଉଲ୍ଲଂଘନ କରି ୧୦ ହଜାର ତଣ୍ଡ ଗଣିଲେ ।

ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଓସ୍ତା ଜଗନ୍ନାଥପୁର ଗାଁରେ ଚାଲିଥିଲା ବାହାଘର ଭୋଜି । ୧୫ଶହ ଲୋକଙ୍କ ପାଇଁ ଆୟୋଜନ ହୋଇଥିଲା । ଖବରପାଇ ତହିସଲଦାର ଓ ଥାନା ଅଧିକାରୀ ପହଂଚିଥିଲେ । ଭୋଜି ବନ୍ଦ କରିବା ସହ ୧୦ ହଜାର ଟଙ୍କାର ଫାଇନ କାଟିଥିଲେ । ଏହାସହ ଭୋଜି ସାମଗ୍ରୀକୁ ଟ୍ରାକ୍ଟରରେ ନେଇ ବିଭିନ୍ନ ଲୋକଙ୍କୁ ବାଣ୍ଟି ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.