ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ଯରତ ସ୍ତ୍ରୀଙ୍କୁ ବାହାରୁ ତାଲା ପକାଇ ସ୍କୁଟି ଜାଳିଦେଲେ ସ୍ବାମୀ

ଆନନ୍ଦପୁର(କେନ୍ୟୁଜ୍): ସ୍ବାମୀ ସ୍ତ୍ରୀଙ୍କ କଳି ଯାଇ ପହଁଚିଲା ଅଙ୍ଗନବାଡି କେନ୍ଦ୍ରରେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଗଡବାନ୍ଧଗୋଡା ଜରକ ସାହୀ ଅଙ୍ଗନବାଡି କେନ୍ଦ୍ରରେ। ସେଠାରେ କାର୍ଯ୍ଯରତ କର୍ମୀଙ୍କ ସ୍ବାମୀ ନବଘନ ସେଠୀ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି ପତ୍ନୀଙ୍କୁ ପ୍ରଥମେ ଗାଳି ଗୁଲଜ କରିଥିଲେ। ଏହାପରେ କେନ୍ଦ୍ର ଭିତରେ ଦିଦିଙ୍କୁ ପୁରାଇ ବାହାରୁ ତାଲା ମାରି ବାହାରେ ଥୁଆ ହୋଇଥିବା ତାଙ୍କ ସ୍କୁଟିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।

ଏନେଇ ଖବର ପାଇ ରାମଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଙ୍ଗନବାଡି ଦିଦିଙ୍କ ସ୍ବାମୀଙ୍କୁ ଗିରଫ କରିବା ସହ ପୋଡିଯାଇଥିବା ସ୍କୁଟିକୁ ଜବତ କରି ଥାନାକୁ ନେଇଥିବା ଜଣାପଡିଛି । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଏଭଳି କାଣ୍ଡ ଭିଆଇଛନ୍ତି ତାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.