ବକ୍ସ ଅଫିସ୍‌ରେ ‘ବାହୁବଲୀ ୨’ର ରେକର୍ଡ ଭାଙ୍ଗିଲା ‘କେଜିଏଫ୍‌ ୨’! ଭାରତୀୟ ସିନେମାରେ ରଚିଲା ଇତିହାସ…ହଲିଉଡ୍‌ ଫିଲ୍ମକୁ ବି ଦେଲା ମାତ୍‌

‘କେଜିଏଫ୍‌: ଚାପ୍ଟର ୨’ ବକ୍ସ ଅଫିସ୍‌ରେ ଇତିହାସ ରଚିବାକୁ ଯାଉଛି। ଫିଲ୍ମ ଆଡ୍‌ଭାନ୍ସ ବୁକିଂ ମାମଲାରେ ପୂର୍ବରୁ ହିଁ ‘ବାହୁବଲୀ ୨’ ଏବଂ ‘RRR’ର ରେକର୍ଡ ଭାଙ୍ଗି ସାରିଛି। ଏବେ ୟଶ୍‌ ଷ୍ଟାରର ଫିଲ୍ମ ହଲିଉଡ୍‌ ବ୍ଲକବଷ୍ଟର ‘Avengers: Endgame’କୁ ବି ପଛରେ ପକାଇ ଦେଇଛି। ପ୍ରଶାନ୍ତ ନୀଲ୍‌ଙ୍କ ଫିଲ୍ମ ରିଲିଜ୍‌ ପୂର୍ବରୁ ହିଁ ୨.୯ ମିଲିୟନ ଅର୍ଥାତ୍‌ ୨୦ କୋଟିରୁ ଅଧିକ ଟଙ୍କାର ଟିକେଟ୍‌ ବିକ୍ରି କରି ନୂଆ ରେକର୍ଡ ସୃଷ୍ଟି କରିଥିଲା ଏବଂ ବର୍ତ୍ତମାନ ଏହା ବକ୍ସ ଅଫିସ୍‌ରେ ବି ଧମାଲ କରିଛି।

କୁହାଯାଉଛି, ‘କେଜିଏଫ୍‌: ଚାପ୍ଟର ୨’ର ହିନ୍ଦୀ ଭର୍ସନ ବକ୍ସ ଅଫିସ୍‌ରେ ପ୍ରଥମ ଦିନ ୬୦ କୋଟି ଟଙ୍କାରୁ ଅଧିକ ଆୟ କରି ରାଜାମୌଳୀଙ୍କ ‘ବାହୁବଲୀ ୨’ର ଓପନିଂ ରେକର୍ଡକୁ ଭାଙ୍ଗି ଦେଇଛି। କହି ରଖୁଛୁ, ଟ୍ରେଡ୍‌ ଆନାଲିଷ୍ଟ୍‍ ହିନ୍ଦୀ ଭର୍ସନର ୫୦ କୋଟି ଆୟକୁ ନେଇ ଯେଉଁ ଭବିଷ୍ୟବାଣୀ କରିଥିଲେ, ଏହା ତା’ଠାରୁ ବି ଅଧିକ ବିଜନେସ୍‌ କରି ନେଇଛି। ନିକଟରେ AndhraBoxOffice.com ଟ୍ଵିଟ୍‌ କରିଛି ଯେ ଭାରତୀୟ ସିନେମା ଇତିହାସରେ କୌଣସି ବି ଫିଲ୍ମ ଭାରତରେ ଦକ୍ଷିଣକୁ ଛାଡ଼ି ୬୦ କୋଟିର କଲେକ୍ସନ କରିନାହିଁ।

‘କେଜିଏଫ୍‌: ଚାପ୍ଟର ୨’ ୧୪ ଏପ୍ରିଲରେ ସାରା ବିଶ୍ୱର ସିନେମାଘରେ ୧୦,୦୦୦ ସ୍କ୍ରିନ୍‌କୁ ଆସିଛି। ଏହାର ୫୦,୦୦୦ରୁ ଅଧିକ ଶୋ’ ପ୍ରଥମ ଦିନରେ ହିଁ ପ୍ରଦର୍ଶିତ କରାଯାଇଛି। ଦେଶ ବାହାରେ ଅନ୍ୟାନ୍ୟ ଭାଷାରେ ଏହାକୁ ୬୫୦୦ ସ୍କ୍ରିନ୍‌ରେ ଦେଖାଯାଇଛି। କେବଳ ଏହାର ହିନ୍ଦୀ ଭର୍ସନ ୪୦୦୦ ସ୍କ୍ରିନ୍‌କୁ ମିଳିଛି। ଏହି ଫିଲ୍ମ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ନୂଆ ବେଞ୍ଚ୍‌ମାର୍କ ସ୍ଥାପନ କରିଛି।

kgf2
photo: News18

କନ୍ନଡ଼, ତେଲୁଗୁ, ହିନ୍ଦୀ, ତାମିଲ ଓ ମାଲାୟାଲମ୍‌ ଭାଷାରେ ଦେଶରେ ରିଲିଜ୍‌ ହୋଇଥିବା ‘କେଜିଏଫ୍‌ ୨’ ପ୍ରଶାନ୍ତ ନୀଲଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଫିଲ୍ମ। ରିପୋର୍ଟ ଅନୁସାରେ, ଏହି ଫିଲ୍ମ ପାଇଁ ୟୁଶ୍‌ଙ୍କୁ ନୁହେଁ, ବରଂ ନିର୍ଦ୍ଦେଶକଙ୍କର ଖୁବ୍‌ ପ୍ରଶଂସା ହେଉଛି। ୧୦୦ କୋଟି ବଜେଟ୍‌ରେ ପ୍ରସ୍ତୁତ ହୋଇଥିବା ଫିଲ୍ମକୁ ବିଜୟ କିରାଙ୍ଗଦୁର ପ୍ରଯୋଜନା କରିଛନ୍ତି। ଫିଲ୍ମରେ ସଞ୍ଜୟ ଦତ୍ତ, ରବୀନା ଟଣ୍ଡନ, ଶ୍ରୀନିଧି ସେଟ୍ଟି, ମାଲବିକା ଅବିନାଶ, ପ୍ରକାଶ ରାଜ, ଜନ୍‌ କୋକେନ ଓ ସରନଙ୍କ ଭଳି କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.