ନରେନ୍ଦ୍ରପୁରର ମାଆ ପାଟଣା ମଙ୍ଗଳାଙ୍କ ପୀଠରେ ବୁଡ଼ ପକାଇଲେ ଶହଶହ ପାଟୁଆ ଭକ୍ତ

ଉତ୍ସବ ମୁଖର ନରେନ୍ଦ୍ରପୁରର ମା’ ପାଟଣା ମଙ୍ଗଳା ପୀଠ । ମା’ଙ୍କ ଆଶୀଷ ଲାଭ ପାଇଁ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଛି ଏହି ପୀଠରେ । ମାଙ୍କୁ କିଏ ମାଟି ଘୋଡା ଅର୍ପଣ କରୁଛି ପୁଣି କିଏ ପାଟୁଆ ହୋଇ ପୋଖରୀରେ ବୁଡ ପକାଉଛିନ୍ତି । ଭକ୍ତଙ୍କ ବିଶ୍ୱାସ ମା’ ଙ୍କୁ ଯିଏ ଯାହା ମାନସିକ କରେ ତାହା ପୂରଣ ହୁଏ ।

କାହିଁ କେଉଁ ଆବାହମାନ କାଳରୁ ଭଦ୍ରକର ନରେନ୍ଦ୍ରପୁର ବ୍ଲକରେ ଏହି ପରମ୍ପରା ଚାଲି ଆସୁଛି। ପରମ୍ପରା ଅନୁଯାୟୀ ଶହ ଶହ ବ୍ରତଧାରୀ ପାଟୁଆ ଭକ୍ତ ହାତରେ ଗୋଟିଏ ଗୋଟିଏ ବେତ ଧରି ପ୍ରଥମେ ପୋଖରୀରେ ବୁଡ଼ ପକାଇଥାନ୍ତି। ଚଳିତ ବର୍ଷ ମଧ୍ୟ ଏହାକୁ ଦେଖିବାକୁ ହଜାର ହାଜର ଭକ୍ତ ଧାଇଁ ଆସିଥିଲେ। ଆମେ ଯେଉଁ ଦୃଶ୍ୟ ଦେଖାଉଛୁ ତାହା ହେଉଛି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ନରେନ୍ଦ୍ରପୁରର ମାଆ ପାଟଣା ମଙ୍ଗଳାଙ୍କ ଦୃଶ୍ୟ। ପ୍ରତିବର୍ଷ ମହା ବିଷୁଭ ସଂକ୍ରାନ୍ତି ଅର୍ଥାତ ପଣା ସଂକ୍ରାନ୍ତି ଅବସରରେ ମାଙ୍କ ପୀଠରେ ଲାଗିଥିଏ ହଜାର ହଜାର ଭକ୍ତଙ୍କ ଭିଡ । ଭକ୍ତମାନେ ମାଙ୍କ ପାଖରେ ପୂଜାର୍ଚ୍ଚନା କରି ନିଜ ନିଜ ନିଜର ମାନସିକ ପୂରଣ କରିଥାନ୍ତି।।

ଗତ ୨ବର୍ଷ ହେଲା କରୋନା କଟକଣା ପାଇଁ ଏହି ଉତ୍ସବ ବନ୍ଦ ଥିଲା । ତେଣୁ ମାନସିକ ଧାରୀ ପାଟୁଆ ଭକ୍ତମାନେ ପୋଖରୀରେ ବୁଡ ପକାଇପାରୁନଥିଲେ । ଚଳିତ ବର୍ଷ କଟକଣା ନଥିବାରୁ ଶହଶହ ପାଟୁଆ ଭକ୍ତମାନେ ପୋଖରୀରେ ବୁଡ ପକାଇ ନିଜ ନିଜର ମାନସିକ ପୂରଣ କରିଥିଲେ । ତାହା ସହ ମାଙ୍କୁ ଭକ୍ତମାନେ ମାଟି ଘୋଡା ଅର୍ପଣ କରିଥିଲେ । ଯାହାକି ମାଙ୍କ ପୀଠର ଏହା ଏକ ବିଶେଷତ୍ୱ । ଏହିକୁ ଉପଭୋଗ କରିବାକୁ ଆସିଥିବା ହଜାର ହଜାର ଭକ୍ତଙ୍କ ପାଇଁ ମନ୍ଦିର କମିଟ ତରଫରୁ ବ୍ଯପକ ବ୍ଯବସ୍ଥା କରାଯାଇଥିଲା । ତାହାସହ ମାଙ୍କ ପୀଠରେ ବହୁ ଦୋକାନ , ବଜାର ମଧ୍ଯ ବସିଥିଲା । ଯାହାକି ଦର୍ଶକମାନେ ବେଶ ଖୁସିର ସହ ଉପଭୋଗ କରିଥିଲେ । ତେବେ ଚଳିତ ମାସ ସାରା ମାଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.