ରାସ୍ତା ମଝିରେ ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ନୃସଂଶ ସ୍ୱାମୀ

ବ୍ରହ୍ମପୁର(କେନ୍ଯୁଜ୍): ସ୍ତ୍ରୀକୁ ଜାଳିଦେଲା ସ୍ୱାମୀ। ରାସ୍ତା ମଝିରେ ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ନିର୍ଦ୍ଦୟ ସ୍ୱାମୀ। ପାରିବାରିକ କଳହରୁ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ମେରାଇନ୍‌ ଥାନା ସାନ ଆର୍ଯ୍ୟପଲ୍ଲୀ ଗାଁରେ ଘଟିଛି ଏଭଳି ନିଷ୍ଠୁର କାଣ୍ଡ।

ଅଭିଯୋଗ ଅନୁଯାୟୀ ବି. ମୁକୋଡୁ ଓ ତାଙ୍କ ସ୍ତ୍ରୀ ବି. ଆରାମାଙ୍କ ମଧ୍ୟରେ କଳହ ହେବାରୁ ସେ ତାଙ୍କ ବାପଘରେ ରହୁଥିଲେ। ବି. ଆରାମା ଆଜି ସକାଳୁ କାମ କରିବା ପାଇଁ ଯାଉଥିବାବେଳେ ସ୍ୱାମୀ ବି. ମୁକୋଡୁ ଗାନ୍ଧୀ ଛକ ନିକଟରେ ଝଗଡ଼ା କରିବା ପରେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲା।

ଗୁରୁତର ଅବସ୍ଥାରେ ପ୍ରଥମେ ଛତ୍ରପୁର ମେଡିକାଲ ପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ବି. ମୁକୋଡୁକୁ ଥାନାରେ ଅଟକ ରଖି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.