ଖୋର୍ଦ୍ଧା : ସ୍ତ୍ରୀ କୁ କଟୁରିରେ ହାଣି ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲା ସ୍ୱାମୀ

ସ୍ତ୍ରୀ କୁ କଟୁରିରେ ହାଣି ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲା ସ୍ୱାମୀ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଝରିଆଟାଙ୍ଗୀ ଗ୍ରାମରେ । ଜଣେ ମହିଳାଙ୍କୁ କଟୁରିରେ ହାଣି ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଛନ୍ତି ତାଙ୍କ ସ୍ୱାମୀ । ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗମ୍ଭାରୀମୁଣ୍ଡା ପଂଚାୟତ ଝରିଆଟାଙ୍ଗୀ ଗ୍ରାମର ବିଭୁର ତାଙ୍କ ସ୍ତ୍ରୀଙ୍କ ବେକକୁ କଟୁରିରେ ହାଣି ଦେଇଥିଲେ । ଯାହାଫଳରେ ଘଟଣା ସ୍ଥଳରେ ହିଁ ମହୁଇଲଙ୍କର ମୁଣ୍ଡରୁ ଗଣ୍ଡି ଅଲଗା ହୋଇ ଯାଇଥିଲା ଏବଂ ତାଙ୍କର ମୃତ୍ୟୁ ଘଟିଥିଲା ।

ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ଵିଭୂଙ୍କୁ ଅଟକ ରଖିଛି । ତେବେ ବର୍ତ୍ତମାନ ଏହି ଘଟଣା ସମଗ୍ର ବାଣପୁର ତଥା ଖୋର୍ଦ୍ଧା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଯଦିଓ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି କିନ୍ତୁ ପାରିବାରିକ କଳହରୁ ଏପରି ଘଟିଥିବା ଜଣାପଡିଛି । ଆମେ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ନଜର ରଖିଛୁ କିନ୍ତୁ ସମ୍ପୂର୍ଣ୍ଣ ତଦନ୍ତ ପରେ ପ୍ରକୃତ ସତ କଣ ତାହା ଜଣାପଡିବ ।

Leave A Reply

Your email address will not be published.