Below header

ମକର ମେଳା ଦେଖି ଯାଉଥିଲେ, ହାତୀ ଆକ୍ରମଣ ରେ ବାପା ମା’ ଓ ଶିଶୁ ଗୁରୁତର

ବାଂଶପାଳ(କେନ୍ୟୁଜ୍‌) : ମକର ମେଳା ଦେଖିବାକୁ ବିଳମ୍ବିତ ରାତିରେ ଯାଉଥିବା ବେଳେ ହାତୀ ହାବୁଡରେ ପଡି ବାପା ମା ଓ ୪ ବର୍ଷର ଶିଶୁ ହୋଇଛନ୍ତି ଗୁରୁତର । ଏପରି ଅଘଟଣ ଘଟିଛି ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ବିଟ ଅଧୀନରେ ।

ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବାପା-ମା’ ନିଜର ୪ ବର୍ଷର ଶିଶୁକୁ ଧରି ମକର ମେଳା ଦେଖିବାକୁ ଯାଉଥିଲେ । ଏହି ସମୟରେ ରାସ୍ତାରେ ଏକ ଦନ୍ତା ହାତୀ ହାବୁଡ଼ରେ ପଡି ଯାଈଥିଲେ । ଦନ୍ତା ଟି ଆକ୍ରମଣ କରିବାରୁ ବାପା ମା ଓ ଶିଶୁ ପୁତ୍ର ଗୁରୁତର ଆହତ ହୋଇଥିଲେ । ଗୁରୁତରଙ୍କୁ ବନ କର୍ମଚାରୀ ଉଦ୍ଧାର କରି ପ୍ରଥମେ ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ ।

ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ତାନାନ୍ତର କରାଯାଇଛି । ତେବେ ୪ ବର୍ଷର ଶିଶୁ ପୁତ୍ର ସୁରକ୍ଷିତ ଥିବା ଜଣାଯାଇଛି । ଗୁରୁତର ବ୍ୟକ୍ତିମାନେ ହେଲେ ଢେଙ୍କାନାଳ ଜିଲ୍ଲା ରୋଡଙ୍ଗ ଗ୍ରାମର ସତ୍ୟ ଦେହୁରୀ, ସ୍ତ୍ରୀ ରଶ୍ମିତା ଦେହୁରୀ ଓ ତାଙ୍କର ୪ ବର୍ଷର ପୁଅ ଦୀନବନ୍ଧୁ ଦେହୁରୀ ।

ସେମାନେ ତେଲକୋଇ ଥାନା ମକ୍କାପୁଡ଼ା ଗ୍ରାମ କୁଣିଆ ଘର ବୁଲି ଆସିଥିଲେ । ଗତକାଲି ରାତି ମକ୍କାପୁଡ଼ା ଗ୍ରାମରୁ ଚାଲି ଚାଲି ପୁରୁଷୋତ୍ତମପୁର ଜଙ୍ଗଲ ରାସ୍ତା ଦେଇ ବିମଳା ମକର ପଡିଆକୁ ଯାତ୍ରା ଦେଖିବାକୁ ଯାଉଥିଲେ । ଏହି ସମୟରେ ଏକ ଦନ୍ତା ହାବୁଡ଼ରେ ପଡିଯାଇଥିଲେ । ମା’ ରଶ୍ମିତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଉଭୟ ବାପା ଓ ପୁଅ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.