ପଞ୍ଚାୟତ ନିର୍ବାଚନ ମଇଦାନରେ ଦମ୍ପତି: ସ୍ୱାମୀ ସରପଞ୍ଚ ପ୍ରାର୍ଥୀକୁ ସ୍ତ୍ରୀ ସମିତି ସଭ୍ୟ ପ୍ରାର୍ଥିନୀ

ଢେଙ୍କାନାଳ(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ମଇଦାନରେ ସ୍ୱାମୀ ଓ ସ୍ତ୍ରୀ । ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ସିମିନଇ ଗ୍ରାମପଞ୍ଚାୟତ । ସ୍ୱାମୀ ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ ସ୍ତ୍ରୀ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ।

୨୦୧୭ରେ ସ୍ତ୍ରୀ ବିନୋଦିନୀ ନାୟକ ସରପଞ୍ଚ ଭାବେ ବିଜୟୀ ହୋଇଥିବା ବେଳ ସ୍ୱାମୀ ପ୍ରମୋଦ ନାୟକ ସମିତି ସଭ୍ୟ ହୋଇଥିଲେ । ପୂର୍ବରୁ ସ୍ୱାମୀ ପ୍ରମୋଦ ନାୟକ ସମିତି ସଭ୍ୟ, ୧୯୯୭ ମସିହାରେ ସରପଞ୍ଚ, ୨୦୦୭ରେ ସମିତି ସଭ୍ୟ ଭାବେ ବିଜୟୀ ହୋଇଥିଲେ ।

ସେହିପରି ୨୦୧୭ ଉଭୟ ସ୍ୱାମୀ ସ୍ତ୍ରୀ ବିଜୟ ହାସଲ କରି ପଞ୍ଚାୟତର ଉନ୍ନତି କରିବା ସହ ନିଜର ଲୋକପ୍ରିୟତା ବଜାୟ ରଖିଛନ୍ତି । ପୁନର୍ବାର ଉଭୟ ବିଜୟ ହେବେ ବୋଲି ଆଶା ରଖିଛନ୍ତି । ଏହି ସିମିନଇ ପଞ୍ଚାୟତ ୫ଟି ଗ୍ରାମ ରହିଥିବା ବେଳ ଭୋଟର ଅଛନ୍ତି ୪ ହଜାର ୭୨୩ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.