ଆସନ୍ତାକାଲି ଲୋକସେବା ଭବନରେ ରାଜ୍ୟର ସବୁ IAS ଅଫିସରଙ୍କ ସମ୍ମିଳନୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଅଧ୍ୟକ୍ଷତା

କେନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ରାଜ୍ୟର ସବୁ IAS ଅଫିସରଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ । ଲୋକସେବା ଭବନ ନୂଆ କନ୍‌ଭେନସନ ସେଣ୍ଟରରେ ୨ ଦିନ ଧରି ଏହି ସମ୍ମିଳନୀ ଚାଲିବ। ଏଥିରେ ସମସ୍ତ ବିଭାଗୀୟ ସଚିବ, ଜିଲ୍ଲାପାଳ, IAS ଅଧିକାରୀ ଯୋଗ ଦେବେ । ଏଥିରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କରାଯିବ ଆଲୋଚନା । ନ୍ୟୁ ଏଜ୍‌ ଟେକ୍ନୋଲୋଜି ଆଣ୍ଡ ଇନୋଭେସନ, ଇନଫ୍ରାଷ୍ଟ୍ରକ୍ଚର ଫର୍‌ ଗ୍ରୋଥ, ଇନକ୍ଲୁସିଭି ଗ୍ରୋଥ, ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ସଶକ୍ତିକରଣ, ଜିଲ୍ଲା ସ୍ତରରେ ଶାସନଗତ ଚ୍ୟାଲେଞ୍ଜ ଆଦି ଉପରେ ବିସ୍ତୃତ ଭାବେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟ ସରକାର ଏହା ଭିତରେ ଅନେକ ବଡ଼ ବଡ଼ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

Image result for loka seva bhawan bhubaneswar

ମୋ ସରକାର ଲାଗୁ କରିବା ସହ ଫାଇଭ ଟି କାର୍ଯ୍ୟକାରୀ ହେଉଛି। ସେପଟେ ପୁରୀ ମନ୍ଦିର ସୌନ୍ଦର୍ଯ୍ୟକରଣ ଠାରୁ ଆରମ୍ଭ କରି ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ପାରପାର୍ଶିକ ଉନ୍ନତି ପାଇଁ ଆନେକ ଘୋଷଣା କରିଛନ୍ତି। ଏହାବାଦ୍‌ ନିକଟରେ ଫାଇଭ ଟି ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ କୋଣାର୍କ ଗସ୍ତ କରି ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ଅନ୍ୟପକ୍ଷରେ ଦୁଇ ଦିନିଆ ଏହି ସମ୍ମିଳନୀର ଶେଷଦିନରେ ବିଭିନ୍ନ ଜିଲ୍ଲାରେ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରୀତା, ଯୋଜନା ଲୋକାଭିମୁଖୀ କରିବା କ୍ଷେତ୍ରରେ ପ୍ରଶାସନର ଭୁମିକା ଆଦି ଉପରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହା ବାଦ୍‌ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ସଶକ୍ତିକରଣ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଆଗରେ ଥିବା ନୂଆ ନୂଆ ଆହ୍ଵାନ ସମ୍ପର୍କରେ ମଧ୍ୟ ଆଲୋଚନା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.