ନିରଞ୍ଜନ ବିରୋଧୀଙ୍କୁ କଡା ଜବାବ ଓଡିଶା ପ୍ରଭାରୀ ଦେଲେ ଜିତେନ୍ଦ୍ର ସିଂହ, କହିଲେ ତାଙ୍କୁ ନେଇ ଯଦି କିଛି ଅଭିଯୋଗ ଅଛି ତାହେଲେ ମୋ ପାଖକୁ ଆସ !

ଭୁବନେଶ୍ବର (କେନ୍ୟୁଜ୍) : ପିସିସି ସଭାପତି ପଦରୁ ନିରଞ୍ଜନ ହଟିବେ ନା ରହିବେ ? ଗତ କିଛି ଦିନ ହେବ ନିରଞ୍ଜନ ବିରୋଧୀ ଗୋଷ୍ଠୀ ଏନେଇ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ବଡ଼ ବୟାନ ଦେଇଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ। ସେ ସ୍ପଷ୍ଟ କରିଛନ୍ତି, ପିସିସି ସଭାପତି ପଦରେ ରହିବେ ନିରଞ୍ଜନ ପଟ୍ଟନାୟକ। ତାଙ୍କୁ ନେଇ ଯାହାର କିଛି ଅଭିଯୋଗ ଥିଲେ ତାଙ୍କ ପାଖକୁ ଆସନ୍ତୁ ବୋଲି କହିଛନ୍ତି ଜିତେନ୍ଦ୍ର ସିଂହ। ଏପଟେ ଭୁବନେଶ୍ୱରରେ ନିରଞ୍ଜନ ପଟ୍ଟନାୟକ ସମର୍ଥକଙ୍କ ବୈଠକ ଆରମ୍ଭ ହୋଇଛି।

ଏଥିରେ ୨୦୧୯ ବିଧାନସଭା ନିର୍ବାଚନ ଲଢିଥିବା ଦଳର ପ୍ରାୟ ସମସ୍ତ ପ୍ରାର୍ଥୀ ଯୋଗ ଦେଇଛନ୍ତି। କିଛି ଦିନ ତଳେ ନିରଞ୍ଜନଙ୍କୁ ପିସିସି ସଭାପତି ପଦରୁ ହଟାଇ ବିଧାୟକ ମହମ୍ମଦ ମୋକିମଙ୍କୁ ସଭାପତି କରିବାକୁ ନେଇ ଏକାଠି ହୋଇଥିଲେ ନିରଞ୍ଜନ ବିରୋଧୀ। ମାରାଥନ ବୈଠକ କରି ଆଲୋଚନା କରିଥିଲେ । ଏପରିକି ଦିଲ୍ଲୀ ଯାଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟି ଦାବି ଜଣାଇବାକୁ ପ୍ରସ୍ତୁତ ହେଉଛନ୍ତି। ଏଭଳି ସ୍ଥିତିରେ ଜିତେନ୍ଦ୍ର ସିଂହଙ୍କ ମନ୍ତବ୍ୟ ନିରଞ୍ଜନ ବିରୋଧୀଙ୍କୁ ନିରାଶ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.