ସହାୟତାର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ, ସାକାର ହେବ ଇଫୁ ମଲ୍ଲିକଙ୍କ ଡାକ୍ତର ହେବାର ସ୍ୱପ୍ନ

କନ୍ଧମାଳ (କେନ୍ୟୁଜ): କନ୍ଧମାଳର ଗରିବ ଡାକ୍ତରୀ ଛାତ୍ର ଇଫୁ ମଲ୍ଲିକଙ୍କ ଏମବିବିଏସ ପାଠପଢାର ପ୍ରଥମ ବର୍ଷ ଖର୍ଚ୍ଚ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଦେଇଛନ୍ତ । ଡାକ୍ତରୀ ଛାତ୍ର ଇଫୁ ମଲ୍ଲିକ ନିଟ୍ ପାଇବା ସହ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ନାମଲେଖା ପାଇଁ ମନୋନୀତ ହୋଇଥିଲେ। କିନ୍ତୁ ଅର୍ଥ ଅଭାବରୁ ସେ ନାମଲେଖା ସହ ଅନ୍ୟାନ୍ୟ ପାଠପଢା ଖର୍ଚ୍ଚ ବହନ କରିବାରେ ଅସମର୍ଥ ଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନଜରକୁ ଏ ଖବର ଆସିବା ପରେ ତୁରନ୍ତ ତାଙ୍କୁ ସହାୟତା ଦେବା ପାଇଁ ଏସସି-ଏସଟି ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ୬ ଘଣ୍ଟା ଭିତରେ ଗରିବ ଡାକ୍ତର ଛାତ୍ରଙ୍କୁ ସରକାରୀ ସହାୟତା ମିଳିଛି। ପାଠପଢା ଖର୍ଚ୍ଚ ବାବଦରେ ତାଙ୍କୁ ୬୨ ହଜାର ୯୫୦ ଟଙ୍କା ସହାୟତା ସରକାର ଯୋଗାଇ ଦେଇଛନ୍ତି। ତାଙ୍କ ସହ ଟେଲିଫୋନ ଯୋଗେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ତାଙ୍କୁ ନିମନ୍ତ୍ରଣ ମଧ୍ୟ ଦେଇଛନ୍ତି ।