ବଲାଙ୍ଗୀର-ସୋନପୁର ସଡ଼କ ଦୁର୍ଘଟଣା: ପୋଲିସ ହାତରେ ଧରାପଡ଼ିଲେ ଫେରାର ଥିବା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ

ସୋନପୁର (କେନ୍ୟୁଜ): ଶେଷରେ ସୋନପୁର ପୋଲିସ ହାତରେ ବଲାଙ୍ଗୀରରୁ ଗିରଫ ହେଲା ଦୁର୍ଘଟଣା ଘଟାଇ ଫେରାର ମାରିଥିବା କାର ଚାଳକ । ଆଜି ସକାଳୁ ସୋନପୁର-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ବଡବାହାଲି ଛକ ନିକଟରେ ଏକ ଅଟୋକୁ ଧକ୍କା ଦେଇଥିଲା ଆର୍ଟିଗା କାର । ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଅବସ୍ଥାରେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ତେବେ ଦୁର୍ଘଟଣା ଘଟାଇଥିବା କାରର ସମସ୍ତେ ଫେରାର ମାରିବା ଏବଂ କାର ଭିତରୁ ଜଣେ ଆଇଆଇସିଙ୍କ ପୋଲିସ ପୋଷାକ ଉଦ୍ଧାର ପରେ ଘଟଣାସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇଥିଲା । ତୁରନ୍ତ କାର ଡ୍ରାଇଭର ଏବଂ ପୋଲିସ ଅଧିକାରୀଙ୍କୁ ଗିରଫ କରିବାକୁ ଦାବୀ ଉଠିଥିଲା । ଫଳରେ ପୋଲିସର ତପ୍ତରତା ପରେ କିଛି ସମୟ ପୁର୍ବରୁ ବଲାଙ୍ଗୀ ରୁ କାର ଚାଳକ ଅଜୟ ଜେଠୀକୁ ଗିରଫ କରାଯିବା ସହ ପୋଲିସ ଅଧିକାରୀ ସ୍ନିଗ୍ଧାରାଣି ସୁନାକୁ ମଧ୍ୟ ଆଣି ପଚରାଉଚୁରା କରୁଛି ସୋନପୁର ପୋଲିସ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.