ମୋବାଇଲ ଚୋରି ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା : ଆଇଆଇସି ନିଲମ୍ବିତ

କେନ୍ଦ୍ରାପଡ଼ା : ମହାକାଳପଡ଼ା ଥାନା ଆଇଆଇସି ଶ୍ୟାମଘନ ବେହେରା ନିଲମ୍ବିତ । କର୍ତ୍ତବ୍ୟରେ ଅବହେଳା ଯୋଗୁଁ ତାଙ୍କୁ ନିଲମ୍ବନ କରାଯାଇଛି । ଆଇଆଇସି ଶ୍ୟାମଘନ ବେହେରାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି ଆର.ପି ଶର୍ମା । ଏଥିସହ ତାଙ୍କ ନାଁରେ ରୁଜୁ ହୋଇଛି ମାମଲା । ସେହିପରି ଥାନାର ଅନ୍ୟ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ନେବାକୁ ଝଚଙ୍କୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ମହାକାଳପଡ଼ା ଅଞ୍ଚଳରେ ଜଣେ ଯୁବକଙ୍କୁ ପୋଲିସ ପିଟିପିଟି ମାରି ଦେଇଥିବା ଅଭିଯୋଗରେ ଉତ୍ତେଜନା ହୋଇଥିଲା । ମୋବାଇଲ ଫୋନ ଚୋରି ଅଭିଯୋଗରେ ଗତକାଲି ବାଲଣା ଗାଁର ଜଣେ ଯୁବକଙ୍କୁ ପୋଲିସ ଉଠାଇ ନେଇଥିଲା । ଥାନା ନିକଟ ଏକ ଘରୁ ଆଜି ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଥାନାରୁ ଚମ୍ପଟ ମାରି ଆତ୍ମହତ୍ୟା କରିଥିବା ପୋଲିସ କହିଥିଲା । ପୋଲିସ ପିଟିପିଟି ମାରିଦେଇଥିବା ଅଭିଯୋଗ କରି ପରିବାର ଓ ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପରିସ୍ଥିତି ଅଣାୟତ୍ତ ହୋଇଥିଲା । ଘଟଣା ସ୍ଥଳରେ ଅତିରିକ୍ତ ଏସପି, ଏସଡିପିଓଙ୍କ ସମେତ ସ୍ଥାନୀୟ ତହସିଲଦାର ପହଞ୍ଚିଥିଲେ । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣଙ୍କୁ ଚାକିରି ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.