ବିବ୍ଲେଶ୍ବରନାଥ ଶିବ ମନ୍ଦିର, ଯେଉଁଠି ହୋଇଥିଲା ରାବଣ ଏବଂ ମନ୍ଦୋଦରୀଙ୍କ ପ୍ରଥମ ଦେଖା

ଭଗବାନ ଶିବଙ୍କର ମହିମାକୁ ସମସ୍ତେ ଜାଣିଛନ୍ତି ଏଥି ପାଇଁ ତ, ଶ୍ରାବଣ ମାସରେ ବିଭିନ୍ନ ମନ୍ଦିରକୁ ଯାଇ ପୁଜା କରିଥାଉ ଏବଂ ନିଜ ମନକାମନା ପୂରଣ ହେଉ ବୋଲି ଆର୍ଶ୍ରୀବାଦ ମାଗିଥାଉ । ଆଜି ଆମେ ଆପଣଙ୍କୁ ଏହି ପରି ଏକ ଶିବ ମନ୍ଦିର ବିଷୟରେ ଜଣାଇବାକୁ ଯାଉଛୁ ଯେଉଁ ଠାରେ ଶିବଲିଙ୍ଗ ଉପରେ ଜଳ ଅଭିଶେକ କରିବା ଦ୍ବାରା ସମସ୍ତ ମନସ୍କାମନା ପୂରା ହୋଇଥାଏ । ଆମେ କହୁଛୁ ମରାଠର ବିବ୍ଲେଶ୍ବରନାଥ ଶିବ ମନ୍ଦିର କଥା । ତ’ ଆସନ୍ତୁ ଜାଣିବା ଏହି ଶିବ ମନ୍ଦିର ବିଷୟରେ –
ମରାଠ ସଦର ସ୍ଥିତ ବିବ୍ଲେଶ୍ବରନାଥ ଶିବ ମନ୍ଦିର ସହିତ ଏହି ପରି ଏକ ମାନ୍ୟତା ଯୋଡି ହୋଇ ରହିଛି । ଆଖପାଖ କ୍ଷେତ୍ରରେ ଏହି ମନ୍ଦିରର ଖୁବ୍ ମାନ୍ୟତା ରହିଛି । ଶ୍ରାବଣ ମାସରେ କାହିଁ କେଉଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଏହି ଶିବ ମନ୍ଦିରକୁ ଆସିଥାନ୍ତି ଏବଂ ଶିବଙ୍କର ଜଳଅଭିଶେକ କରିଥାନ୍ତି ଏହା ସହିତ ଧର୍ମ ଲାଭ କରିଥାନ୍ତି ।
ଆହୁରି ପଢନ୍ତୁ : କଳି ଯୁଗର ଅନ୍ତରେ ଉଠିବେ ଏହି ନନ୍ଦୀ ମହାରାଜା
ମାନ୍ୟତା ଅଛି ଏହି ମନ୍ଦିରରେ ରାବଣଙ୍କ ସ୍ତ୍ରୀ ମନ୍ଦୋଦରୀ ଶିବଙ୍କର ଜଳ ଅଭିଶେକ କରି ତାଙ୍କର ପୂଜା ଅର୍ଚ୍ଚନା କରୁଥିଲେ । ଏହି ମନ୍ଦରରେ ଭଗବାନ ଶିବଙ୍କ କୃପା ପାଇଁ ରାବଣ ଏବଂ ମନ୍ଦଦୋରି ପ୍ରଥମେ ପରସ୍ପର ସହିତ ଭେଟ ହୋଇଥିଲେ ।
ଶାସ୍ତ୍ରରେ ଏହି କଥାର ଉଲ୍ଲେଖ ମଧ୍ୟ କରାଯାଇଛି ରାବଣ ଭଗବାନ ଶିବଙ୍କର ଅନୁନ୍ୟ ଭକ୍ତ ଥିଲେ । ଏବଂ ଏହି ମନ୍ଦିରରେ ପୂଜା କାରଣରୁ ତାଙ୍କ ସହିତ ଭେଟ ହୋଇଥିଲା । ମନ୍ଦୋଦରୀଙ୍କର ତପସ୍ୟାରେ ଖୁସି ହୋଇ ଭଗବାନ ଶିବ ଏହି ମନ୍ଦରରେ ତାଙ୍କୁ ଦର୍ଶନ ଦେଇଥିଲେ ଏବଂ ବରଦାନ ମାଗିବା ପାଇଁ କହିଥିଲେ ।
ଏହି ମନ୍ଦିରରେ ଯେଉଁ ଶିବଲିଙ୍ଗ ସ୍ଥାପିତ ଅଛି ତାହା ସିନ୍ଧୁ ପୀଠ । ଏହି ମନ୍ଦିରରେ ଯାହାବି ଭକ୍ତମାନେ ମାଗିଥାନ୍ତି ଭୋଳାନାଥ ସମସ୍ତ ମନସ୍କାମନାକୁ ପୁରା କରିଥାନ୍ତି । ମରାଠକୁ ରାବଣଙ୍କର ଶଶୂର ଘର ବୋଲି କୁହାଯାଇଥାଏ । ମରାଠର ନାଁ ପ୍ରଥମେ ମୟଦତ୍ନର ଖୋଡା ଏବଂ ଏହା ମୟ ଦାନବର ରାଜଧାନୀ ଥିଲା । ମନ୍ଦୋଦରୀ ମୟ ଦାନବଙ୍କର ପୁତ୍ରୀ ଥିଲେ । ଶ୍ରାବଣ ମାସରେ ଏହି ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସହିତ ଲକ୍ଷ୍ୟ ଲକ୍ଷ୍ୟ କାଉଡିଆମାନେ ଜଳ ଢାଳିବା ପାଇଁ ଆସିଥାନ୍ତି ।