Below header

ବ୍ରହ୍ମପୁର: କ୍ୟାମ୍ପସରେ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଲା ବ୍ରହ୍ମପୁର IISER

ବ୍ରହ୍ମପୁର(କେନ୍ୟୁଜ୍): କ୍ୟାମ୍ପସରେ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଲା ବ୍ରହ୍ମପୁର IISER । ସ୍ଥାୟୀ କ୍ୟାମ୍ପସ୍‌ରେ ରାସ୍ତା,ପାଣି,ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଚିଠିରେ ଉଲ୍ଲେଖ ରହିଛି । IISER ରେଜିଷ୍ଟ୍ରାର୍‌ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବାପରେ ପୂର୍ତ୍ତ ବିଭାଗ ପକ୍ଷରୁ ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି । ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଚିଠିରେ ଉଲେଂଖ ରହିଛି । ୨୦୧୬ ମସିହାରେ ବ୍ରହ୍ମପୁର ଆଇଟିଆଇ ଅସ୍ଥାୟୀ କ୍ୟାମ୍ପସରେ IISER ଖୋଲିଥିଲା । ବର୍ତ୍ତମାନ କ୍ୟାମ୍ପସରେ ୩୬୯ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ତବେ କନିଷି ତହସିଲ ଲଉଡିଗାଁରେ ସ୍ଥାୟୀ କ୍ୟାମ୍ପସ ପାଇଁ ସରକାର ୨୦୦ ଏକର ଜମି ଯୋଗାଇ ଦିଆଯାଇଛି । ଗତ ୫ ତାରିଖରେ ସ୍ଥାୟୀ କ୍ୟାମ୍ପସ କାମ ଆରମ୍ଭ ହୋଇଛି । ୨୦୨୧ ମସିହା ଡିସେମ୍ବର ସୁଦ୍ଧା କାମ ଶେଷ ପାଇଁ ସମୟ ଧାର୍ଯ୍ୟ ହୋଇଛି । ଏଥିପାଇଁ ୯ କୋଟି ଟଙ୍କା ମଞ୍ଜୁର ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.