ବାଲେଶ୍ୱର : ତୈଲକ ଛକ ନିକଟରୁ ଗୋରୁ ବୋଝେଇ ଗାଡି ଅଟକ

ବାଲେଶ୍ୱର : କୁଣ୍ଡୁଳି ପଞ୍ଚାୟତର ତୈଲକ ଛକ ନିକଟରୁ ଗୋରୁ ବୋଝେଇ ଗାଡି ଅଟକ । ସ୍ଥାନୀୟ ଲୋକେ ଗୋରୁ ବୋଝେଇ ଟାଟା ଏସିଇ ଗାଡିକୁ ଅଟକ ରଖି ପୋଲିସକୁ ଜିମା ଦେଇଛନ୍ତି । ଜଳେଶ୍ୱର ବ୍ଲକ କାଦରାୟା ଗାଁର ଏସକେ କାଜୁ, ଏସକେ ଅନିସୁଦ୍ଧିନ, ଏସକେ କମିରୁଦ୍ଧିନ ନାମକ ୩ ଜଣ ଯୁବକ ଛୟାଳିଆପାହି ଗାଁରୁ ବେଆଇନ ଭାବେ ୧୪ଟି ଗାଇ ନେଇ ଯାଉଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକାଇ ପୋଲିସକୁ ଖବର ଦେଇଥିଲେ । ସିଂଲା ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.