ନବରଙ୍ଗପୁର ମାଝୀଗୁଡା ଠାରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଦୁଇଟି ଧାନ ବୋଝେଇ ଟ୍ରକ ଜବତ

ନବରଙ୍ଗପୁର: ଚୋରା ଚାଲାଣ ବେଳେ ଦୁଇଟି ଧାନ ବୋଝେଇ ଟ୍ରକ ଜବତ । ନବରଙ୍ଗପୁର ମାଝୀଗୁଡା ଠାରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଟ୍ରକକୁ ଜବତ କରାଯାଇଛି । ଉମରକୋଟ ଜାମରୁଣ୍ଡାରୁ ଆନ୍ଧ୍ରପ୍ରଦେଶର ପେଦାପୁରମ ଯାଉଥିବା ବେଳେ ଟ୍ରକ ଜବତ ହୋଇଛି । ଗୋଟିଏ ଟ୍ରକରୁ ୬୦୦ ଧାନ ବସ୍ତା ଓ ଅନ୍ୟଟିରୁ ୫୪୦ ଧାନ ବ୍ୟାଗ ଜବତ କରିଛି ଯୋଗାଣ ବିଭାଗ । କାଗଜପତ୍ର ଯାଞ୍ଚ ସମୟରେ ଏହା ଉମରକୋଟ ଜାମରଣ୍ଡା ପଞ୍ଚାୟତ ୟୁଭି ୧୪ର ସରକାରୀ ଟ୍ରେଡେଶ ନାମକ ଏକ ସଂସ୍ଥାରୁ କ୍ୱିଣ୍ଟାଲ ପିଛା ୧୬ଶହ ୧୪ ଟଙ୍କାରେ ଧାନ କିଣାଯାଇଥିବା ଜାଣିବାକୁ ପାଇଛି ଯୋଗାଣ ବିଭାଗ । ମଣ୍ଡି ଖୋଲିବାରେ ବିଳମ୍ବ ହେବାରୁ ଧାନ ଚୋରା ଚାଲାଣ ବୃଦ୍ଧି ପାଉଛି । ଓଡିଶା ତୁଳନାରେ ଆନ୍ଧ୍ର ଓ ଛତିଶଗଡ଼ ରାଜ୍ୟରେ ଧାନର ସହାୟକ ମୂଲ୍ୟ ଅଧିକ ରହୁଥିବାରୁ ଚାଷୀଙ୍କୁ ପ୍ରଲୋଭନ ଦେଖାଇ ଦଲାଲ ଧାନ ଚୋରା ଚାଲାଣ କରୁଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.