Below header

କାହିଁକି ଭାଙ୍ଗିଥିଲା ସଞ୍ଜୟଙ୍କ ସହ ବିବାହ, ଖୁଲାସା କଲେ କରିସ୍ମା

ବଲିଉଡରେ ଅଧିକାଂଶ ସମୟରେ ଅନେକ ଯୋଡିଙ୍କର ସମ୍ପର୍କ ଯୋଡି ହୋଇଥାଏ ଏବଂ ଅନେକଙ୍କର ବନ୍ଧନରେ ଫାଟ ହୋଇଥାଏ। ବଲିଉଡର ଏଭଳି କିଛି ଖବର ସାମ୍ନାକୁ ଆସିଛି ଯେଉଁଥିରେ ପତି-ପତ୍ନୀ ପରସ୍ପରଙ୍କୁ ଛାଡପତ୍ର ଦେଇଥାନ୍ତି। କିଛି ବର୍ଷ ପୂର୍ବରୁ କପୁର ବଂଶର ଝିଅ କରିସ୍ମା କପୁର ନିଜ ପତି ସଞ୍ଜୟ କପୁରଙ୍କ ଠାରୁ ସମ୍ପର୍କ ଶେଷ କରିବା ସହ ଛାଡପତ୍ର ନେଇଥିଲେ। ସେହି ସମୟରେ କରିସ୍ମା ନିଜ ସମ୍ପର୍କ ବିଷୟରେ କିଛି କହିନଥିଲେ କିନ୍ତୁ କିଛି ଦିନ ପୂର୍ବରୁ କରିସ୍ମା ନିଜ ବୈବାହିକ ଜୀବନ ଭାଙ୍ଗିବାର କାରଣ ପ୍ରକାଶ କରିଛନ୍ତି।

karisma-kapoor୯୦ ଦଶକର ସବୁଠାରୁ ସୁପରହିଟ୍‌ ଅଭିନେତ୍ରୀଙ୍କ କଥା କହିବାକୁ ଗଲେ କରିସ୍ମାଙ୍କ ନାଁ ମଧ୍ୟ ରହିଥିଲା। କରିସ୍ମା ଅନେକ ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି କିନ୍ତୁ ୨୦୦୩ରୁ ସେ ବଲିଉଡ୍‌ ରୁ ଗାୟବ ହୋଇଯାଇଥିଲେ। ସୂଚନା ଅନୁଯାୟୀ ୨୦୦୩ ରେ କରିସ୍ମାଙ୍କ ବିବାହ ଦିଲ୍ଲୀର ବିଜନେସ୍‌ ମ୍ୟାନ ସଞ୍ଜୟ କପୁରଙ୍କ ସହ ହୋଇଥିଲା। ବିବାହର କିଛି ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକ୍‌ ରହିଥିଲା କିନ୍ତୁ ୫ ରୁ ୬ ବର୍ଷ ପରେ ଧୀରେ ଧୀରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଏହାପରେ ୨୦୧୬ରେ କରିସ୍ମା ସଞ୍ଜୟ କପୁରଙ୍କ ଠାରୁ ଛାଡପତ୍ର ନେଇ ଅଲଗା ହୋଇଯାଇଥିଲେ।

karisma-ରିପୋର୍ଟ ଅନୁଯାୟୀ କରିସ୍ମା କେବେ ବି ତାଙ୍କ ବୈବାହିକ ଜୀବନକୁ ନେଇ ଖିସି ନଥିଲେ। ସେ ସଞ୍ଜୟ କପୁରଙ୍କ ବିରୋଧରେ ଶାରୀରିକ ନିର୍ଯ୍ୟାତନାର ଆରୋପ ଲଗାଇଛନ୍ତି। କରିସ୍ମାଙ୍କ କହିବା ଅନୁଯାୟୀ ସଞ୍ଜୟ ସର୍ବଦା ତାଙ୍କୁ ମାରିବାର ଧମକ ଦେଉଥିଲେ। କରିସ୍ମା ଆରୋପ ଲଗାଇବା ସହ କହିଛନ୍ତି, ଯେତେବେଳେ ଆମେ ହନିମୁନ୍‌ ରେ ଥିଲୁ ସେତେବେଳେ ସଞ୍ଜୟ ନିଜର ଜଣେ ସାଙ୍ଗଙ୍କ ସହ ମତେ ରହିବା ପାଇଁ ବାଧ୍ୟ କରିଥିଲେ। ଏପରିକି ସଞ୍ଜୟ ତାଙ୍କୁ ଏମିତି ମାରୁଥିଲେ ଯେ ମେକଅପ୍‌ ଲଗାଇ ନିଜର ଦାଗ ଲୁଚାଉଥିଲେ।

ଏହାସହ ପଢନ୍ତୁ: ସୈଫ୍‌ଙ୍କୁ କାହିଁକି ଦୁଇ ଥର ବିବାହ ପାଇଁ ମନା କରିଥିଲେ କରୀନା, ସାତ ବର୍ଷ ପରେ କଲେ ଖୁଲାସା

ଖାଲି ଏତିକି ନୁହେଁ ଥରେ ସଞ୍ଜୟ ନିଜ ମା’ ଙ୍କୁ ମଧ୍ୟ ଚାପୁଡା ମାରିବା କଥା କହିଦେଇଥିଲେ କାରଣ କରିସ୍ମା ସେ ଦେଇଥିବା ଡ୍ରେସ୍‌ ପିନ୍ଧି ନଥିଲେ। ବର୍ତ୍ତମାନ ଛାଡପତ୍ର ପରେ କରିସ୍ମାଙ୍କୁ ନିଜ ପିଲାମାନଙ୍କ ସୁଖ ମିଳିପାରିଛି ଏବଂ ସେ ତାଙ୍କ ପିଲାମାନଙ୍କ ସହ ଏକୁଟିଆ ରହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.