Below header

ଏଠାରେ ଅଧିକ ସମୟ ଶୋଇଲେ ମିଳିବ ଟଙ୍କା, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ଅଧିକ ସମୟ ଟିକେ ଶୋଇବାକୁ କିଏ ବା ନ ଚାହେଁ । ଫୁରସତ ମିଳିଲେ ଶରୀରକୁ ଟିକେ ରେଷ୍ଟ ଦେବା ପାଇଁ ଏହା ହେଉଛି ସର୍ବୋତ୍କୃଷ୍ଟ ମାଧ୍ୟମ । କିନ୍ତୁ ଏବେର କାର୍ଯ୍ୟଵ୍ୟସ୍ତତା ଭିତରେ ଅଧିକାଂଶ ଲୋକଙ୍କୁ ନିଜ ନିଦ ଅଧାରୁ ହିଁ ଭାଙ୍ଗିବାକୁ ପଡୁଛି । ଯାହାର ସିଧା ପ୍ରଭାବ ବ୍ୟାକ୍ତିର ମନ ଓ ଶରୀର ଉପରେ ହିଁ ପଡିଥାଏ । ଯେତେ କମ ଶୋଇ ଅଧିକ ସମୟ କାମ କରିଲେ ସଫଳତା ମିଳିବ ବୋଲି ସମସ୍ତଙ୍କର ଏକ ଧାରଣା ରହିଛି । କିନ୍ତୁ ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଯେକେହି ବି ଆଶ୍ଚଯ୍ୟ ହୋଇଯିବ । କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋରର ଏକ କମ୍ପାନୀ ଦିନକୁ ୯ ଘଣ୍ଟା ଶୋଇବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବା ପାଇଁ ସ୍ଥିର କରିଛି ।

sleeping

କିନ୍ତୁ ଏଥିପାଇଁ କର୍ମଚାରୀଙ୍କୁ କମ୍ପାନୀ ତରଫରୁ କରାଯାଉଥିବା ଚୟନ ପ୍ରକ୍ରିୟାରେ ସିଲେକ୍ସନ ହେବାକୁ ପଡିବ । ବାଙ୍ଗାଲୋରର ଅନଲାଇନ ‘ବେକଫିଟ କମ୍ପାନୀ’ ହିଁ ଏହି ଭଳି ଏକ ଅଜବ ଅଫର ଦେଇଛି । ଏହା ସହ କମ୍ପାନୀ ଏହାକୁ ‘ବେକଫିଟ ସ୍ଲିପ ଈଂଟର୍ନସିପ’ ସଲୁସନ ନାମରେ ନାମିତ କରିଛି । ଏହି ପ୍ରୋଗ୍ରାମ ପାଇଁ ମାତ୍ର କିଛି ଜଣଙ୍କର ହିଁ ଚୟନ କରାଯିବ ବୋଲି କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛି । ପ୍ରଥମେ କମ୍ପାନୀ ପ୍ରସ୍ତୁତ ଗଦି ଉପରେ କିଛି ସମୟ ଶୋଇବାକୁ ପଡିବ । ଆଉ ଆପଣଙ୍କୁ ପ୍ରତିଦିନ ଏକ ରିପୋର୍ଟ ଦେବାକୁ ପଡିବ କି ସେହି ଦିନ ଆପଣଙ୍କୁ ନିଦ କେମିତି ଆସିଲା ବୋଲି । ଏହା ପରେ କମ୍ପାନୀ ତରଫରୁ ଆପଣଙ୍କର କାଉନ୍ସେଲିଂ କରାଯିବ ।

ଏହା ସହ ପଢନ୍ତୁ: ବିବାହ ପାଇଁ ୨୫ କି.ମି ସାଇକେଲ ଚଲାଇ ପହଞ୍ଚିଲେ ବର, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପରେ ବ୍ୟକ୍ତିଙ୍କର ଶୋଇବା ଶୈଳୀକୁ ଟ୍ରାକ କରାଯିବ । ଏହା ପରେ ଏକ୍ସପର୍ଟ ମାନଙ୍କର ମତ ନିଆଯିବା ପରେ ବିଜେତାଙ୍କ ନାମ ଘୋଷଣା କରାଯିବ । କମ୍ପାନୀ ନିୟମ ଅନୁଯାୟୀ ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ପ୍ରତିଯୋଗୀଙ୍କୁ ୧୦୦ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୯ ଘଣ୍ଟା ଶୋଇବାକୁ ହେବ । ଏଠି କେବଳ ସେହି ମାନଙ୍କୁ ଚୟନ କରାଯିବ ଯେଉଁମାନେ ନିଜ ନିଦକୁ ବାକି ସବୁ କାମରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବିଥାନ୍ତି । ଲୋକଙ୍କ ବଦଳୁଥିବା ଜୀବନ ଶୈଳୀକୁ ଲକ୍ଷ କରି ହିଁ କମ୍ପାନୀ ତରଫରୁ ଏପରି ଏକ ପଦକ୍ଷେପ ନିଆଯାଇଛି ବୋଲି ଅଧିକାରୀ ସ୍ପଷ୍ଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.