ତାତି ଓ ଗୁଳୁଗୁଳିରୁ ମିଳିବ ତ୍ରାହି, ୨ ତାରିଖରୁ ବର୍ଷିବ !

ବର୍ଷାକୁ ରାଜ୍ୟବାସୀ ଅନାଇ ରହିଥିବା ବେଳେ ଆଶ୍ବସ୍ତିକର ଖବର ଦେଇଛି ପାଣିପାଗ ବିଭାଗ । ତାତି ଓ ଗୁଳୁଗୁଳିରୁ ମିଳିବ ତ୍ରାହି । ୨ ତାରିଖରୁ ଭୀଷଣ ବର୍ଷିବ ।

ତାତି ଓ ଗୁଳୁଗୁଳିରୁ ମିଳିବ ତ୍ରାହି । ୨ ତାରିଖରୁ ଭୀଷଣ ବର୍ଷିବ । ଗତ କିଛି ଦିନ ହେବ ଦୁର୍ବଳ ମୌସୁମୀ ଯୋଗୁ ରାଜ୍ୟରେ ବର୍ଷାର ନା ଗନ୍ଧ ନାହିଁ । ବିଭିନ୍ନ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ଦେଖାଦେଇଛି । ବର୍ଷାକୁ ରାଜ୍ୟବାସୀ ଅନାଇ ରହିଥିବା ବେଳେ ଆଶ୍ବସ୍ତିକର ଖବର ଦେଇଛି ପାଣିପାଗ ବିଭାଗ ।

ଘୂର୍ଣ୍ଣିବଳୟ ଆଣୁଛି ବର୍ଷା । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ୨ ତାରିଖରୁ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହେବ । ପ୍ରବଳ ବର୍ଷା ନେଇ ୩ ତାରିଖରେ ୭ ଜିଲ୍ଲା ଓ ୪ ତାରିଖରେ ୯ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ୧ ତାରିଖରେ ଅଧିକାଂଶ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ତେବେ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ କି ନାହିଁ ପୂର୍ବାନୁମାନ କରିନି ଆଇଏମଡି ।

ଅନ୍ୟପଟେ ଆକ୍ୟୁ ୱେଦର ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲ୍ସଙ୍କ ଆକଳନ କହୁଛି, ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତାକାଲିଠୁ ଆଗାମୀ ସପ୍ତାହ ଯାଏ ବର୍ଷା ସମ୍ଭାବନା ରହିଛି । ମୌସୁମୀ ଋତୁରେ ବର୍ତ୍ତମାନ ସୁଦ୍ଧା ୧୧ ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ରେକର୍ଡ ହୋଇଛି । ଗଞ୍ଜାମ ଜିଲ୍ଲାରେ ୪୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଘୂର୍ଣ୍ଣିବଳୟ ଓ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଅଭାବୀ ବର୍ଷା ଭରଣା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.