ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଳିକୁ ଟାଣିନେଲା କୁମ୍ଭୀର, ମଇଁଷି ଚରାଳିକୁ ଖୋଜୁଛନ୍ତି ଗାଁ ଲୋକ

ରାଜନଗରରେ ପୁଣି କୁମ୍ଭୀର ଆତଙ୍କ । ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଳିକୁ ଟାଣିନେଇଛି କୁମ୍ଭୀର । ରାଜପୁର ଗାଁର ଭାସ୍କର ରାଉତ ନଦୀ କୂଳରେ ମଇଁଷି ଚରାଉଥିବାବେଳେ ପାଣି ଭିତରକୁ କୁମ୍ଭୀର ଟାଣିନେଇଛି ।

ରାଜନଗର (କେନ୍ୟୁଜ) : ପୁଣି ଟାଣିନେଲା କୁମ୍ଭୀର। ରାଜନଗରରେ ପୁଣି କୁମ୍ଭୀର ଆତଙ୍କ । ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଳିକୁ ଟାଣିନେଇଛି କୁମ୍ଭୀର । ରାଜପୁର ଗାଁର ଭାସ୍କର ରାଉତ ନଦୀ କୂଳରେ ମଇଁଷି ଚରାଉଥିବାବେଳେ ପାଣି ଭିତରକୁ କୁମ୍ଭୀର ଟାଣିନେଇଛି । ୨ ମାସ ମଧ୍ୟରେ ୪ ଜଣଙ୍କୁ ଟାଣି ନେଇଛି କୁମ୍ଭୀର। ଗାଁଲୋକେ ମଇଁଷି ଚରାଳିକୁ ଖୋଜାଖୋଜି କରୁଛନ୍ତି ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା କେୟାରବାଙ୍କ ଗାଁରେ ଅଘଟଣ । ଗାଁର ନାଗା ମଲ୍ଲିକ, ଯଶୁଆ ମଲ୍ଲିକ, ଓ ଟହଲି ମଲ୍ଲିକ୍‌ ଗୋବରୀ ନଦୀରୁ ମାଛ ଧରୁଥିବା ବେଳେ ନାଗା ମଲ୍ଲିକଙ୍କୁ ନଦୀ ଭିତରକୁ କୁମ୍ଭୀର ଟାଣି ନେଇଥିଲା ।

ରଜ ବେଳେ ମାଆ ଆଗରେ ନାବାଳକକୁ ନଦୀ ଭତରକୁ ଟାଣି ମାରିଦେଇଥିଲା । ସେହିଭଳି ୨୨ ତାରିଖରେ ରାଜନଗର ବ୍ଲକ ହାତିଆଗଡ଼ି ଗାଁର ଜଣେ ମହିଳା ନିଜ ବାଡ଼ି ପଛ ପୋଖରୀରେ ବାସନ ମାଜୁଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା । ପରେ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.