Below header

ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ୯୬ ସନ୍ତାନର ବାପା ବନିଛନ୍ତି ୩୨ ବର୍ଷୀୟ ଯୁବକ ଡାଇଲନ୍ ଷ୍ଟୋନ୍ ମିଲର୍

୯୬ ପିଲାଙ୍କ ବାପାଙ୍କ ବୟସ ମାତ୍ର ୩୨ ବର୍ଷ । ଏବେ ଯାଏ କେବଳ ସେ ୨୫ ଜଣକୁ ଭେଟିଛନ୍ତି । ଡାଇଲନ୍ ଷ୍ଟୋନ୍-ମିଲର୍ ଯୁବକ ଜଣଙ୍କ ଆମେରିକାର ଜର୍ଜିଆ ଷ୍ଟେଟ୍ ୟୁନିଭରସିଟି ରେ ସାଇକୋଲୋଜି ବିଭାଗର ଛାତ୍ର।ଏତେ କମ ବୟସ ହେଲେ ସୁଦ୍ଧା ସେ ୯୬ଟି ପିଲା ର ସେ ବାପା ବନିଛନ୍ତି । ତାଙ୍କ ଫଟୋ ଦେଖିଲେ ଆପଣ ବିଶ୍ୱାସ କରିବେନି କିନ୍ତୁ ଘଟଣା ଟି ଆଶ୍ଚର୍ଯ୍ୟ ଲାଗିଲେ ବି ଏକଦମ ସତ ।

ଆପଣ ଥରେ ଭାବନ୍ତୁ, ଜଣେ ପୁରୁଷ ନିଜ ଜୀବନ କାଳ ମଧ୍ୟରେ କେତେ ପିଲା ଜନ୍ମ କରି ପାରିବ? ୨, ୩, ୬ କିମ୍ବା ୯ .. ଆମେ ଏତିକି ସଂଖ୍ୟ ଏଥିପାଇଁ କହୁଛୁ କାରଣ ଆଗ କାଳରେ ଜଣ ଜଣଙ୍କର ୮, ୯ ଟି ପିଲା ଜନ୍ମ ହେଉଥିଲେ । ସେତେବେଳେ ଜୀବନଶୈଳୀ ଯେହେତୁ ପୁରା ଅଲଗା ଥିଲା ତେଣୁ ଏତିକି ପିଲା ଜନ୍ମ ହେବା ପରେ ବି ବାପା ମାଙ୍କ ସ୍ୱାସ୍ଥ୍ୟ ଠିକ ରହୁଥିଲା । କିନ୍ତୁ ଆଜି କାଲି ର ଲାଇଫଷ୍ଟାଇଲ ତ ପୁରା ବଦଳିଗଲାଣି । ଏବେ ଛୁଆ ଜନ୍ମ ଆଗରୁ ଫ୍ୟାମିଲି ପ୍ଲାନିଂ ହେଉଛି ।ଅତି ବେଶୀ ରେ କାହାର ୨ ରୁ ୩ ପିଲା ଆପଣ ଦେଖୁଥିବେ । କିନ୍ତୁ ଦୁନିଆରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାର ମୋଟ ୯୬ଟି ସନ୍ତାନ ଅଛନ୍ତି । ବୟସ ବେଶୀ ବି ନୁହେଁ । ମାତ୍ର ୩୨ ବର୍ଷ । ଏତେ କମ ବୟସ ହେଲେ ସୁଦ୍ଧା ସେ ୯୬ଟି ପିଲା ର ସେ ବାପା ବନିଛନ୍ତି । ତାଙ୍କ ଫଟୋ ଦେଖିଲେ ଆପଣ ବିଶ୍ୱାସ କରିବେନି କିନ୍ତୁ ଘଟଣା ଟି ଆଶ୍ଚର୍ଯ୍ୟ ଲାଗିଲେ ବି ଏକଦମ ସତ ।

ଛୁଆ ଜନ୍ମ ହେବା ପରେ ସେ ସବୁ ପିଲାଙ୍କୁ ଦେଖିନଥିଲେ ଓ ଜାଣି ବି ନଥିଲେ ।କିନ୍ତୁ ଯେତେବେଳେ ସେ ସେମାନଙ୍କୁ ଭେଟିବାକୁ ଚିନ୍ତା କଲେ, ସେତେବେଳେ ତାଙ୍କୁ ଚାକିରି ଛାଡିବାକୁ ପଡିଲା ।

୯୬ ପିଲାଙ୍କ ବାପାଙ୍କ ବୟସ ମାତ୍ର ୩୨ ବର୍ଷ । ଏବେ ଯାଏ କେବଳ ସେ ୨୫ ଜଣକୁ ଭେଟିଛନ୍ତି । ଯୁବକ ଜଣଙ୍କ ଆମେରିକାର ଜର୍ଜିଆ ଷ୍ଟେଟ୍ ୟୁନିଭରସିଟି ରେ ସାଇକୋଲୋଜି ବିଭାଗର ଛାତ୍ର ଥିଲେ।ପ୍ରକୃତରେ ସେ କଲେଜ ଦିନରୁ ଦମ୍ପତିଙ୍କୁ ବାପା ମା ହେବାରେ ସାହାଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ତାଙ୍କର ୬ ବର୍ଷ ଅଧ୍ୟୟନ ସମୟମଧ୍ୟରେ ସେ ୯୬ ପିଲାଙ୍କ ବାପା ହୋଇ ଯାଇଥିଲେ। ଯେଉଁ ବ୍ୟବସ୍ଥାକୁ ଆମେ ସ୍ପର୍ମ ଡୋନେଟ କହିଥାଉ । ଏବେ ଆପଣ ବୁଝିପାରୁଥିବେ ନିଶ୍ଚୟ । ଏହା କରିବା ପଛରେ ତାଙ୍କର ଏକ କାରଣ ମଧ୍ୟ ଥିଲା ।

ରିପୋର୍ଟ ଅନୁଯାୟୀ, ଡାଇଲନ୍ ଷ୍ଟୋନ୍-ମିଲର୍ ତାଙ୍କର ୬ ବର୍ଷର ପାଠପଢ଼ା ସମୟରେ ଟଙ୍କା ରୋଜଗାର କରିବା ପାଇଁ Sperm donation କରିଥିଲେ। ସେ ପ୍ରତ୍ୟେକ ଥର ପାଇଁ ୮୨୦୦ ଟଙ୍କା ଚାର୍ଜ କରୁଥିଲେ । ଏହିପରି ଟଙ୍କା ରୋଜଗାର କରି ନିଜ ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରୁଥିଲେ । ୧୮ ବର୍ଷ ହେବା ପରେ ଡାଇଲନ୍ Sperm bank କୁ ତାଙ୍କ ସୂଚନା ସେୟାର କରିବାକୁ ଅନୁମତି ଦେଇଥିଲେ । ସେବେଠାରୁ ସେ ନିଜ ବାଇଲୋଜିକାଲ ପିଲାମାନଙ୍କୁ ଭେଟିବା ଆରମ୍ଭ କଲେ । ୨୦୨୦ ମସିହାରେ ପ୍ରଥମ ଥର ପାଇଁ, ଡାଇଲାନ୍ ତାଙ୍କର ୬ ବର୍ଷର ଝିଅ ଓ ତା’ର ଭଉଣୀଙ୍କୁ ଭେଟିଥିଲେ । ଦୁହେଁ ତାଙ୍କର ହିଁ ଝିଅ ଥିଲେ।

ଯେତେବେଳେ ସେ ତାଙ୍କର Sperm bank ID କୁ ଫେସବୁକ୍ ଗ୍ରୁପ୍ ସହିତ ଯୋଡିଥିଲେ, ସେତେବେଳେ ସେ ଏପରି ଅନେକ ବାପା ମା ଙ୍କୁ ଭେଟିଥିଲେ ଯାହାଙ୍କୁ ସେ ସାହାଯ୍ୟ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ତାଙ୍କର ୨୩ ଟି ବାଇଲୋଜିକାଲ୍ ସନ୍ତାନଙ୍କୁ ଭେଟିଛନ୍ତି । ସେ ଏହି କାମ ପାଇଁ ଚାକିରି ଛାଡି ଦେଇଛନ୍ତି ଓ ବର୍ତ୍ତମାନ ପର୍ଯ୍ୟନ୍ତ ପିଲାମାନଙ୍କ ସନ୍ଧାନରେ ୯୦୦୦ ମାଇଲ୍ ଯାତ୍ରା କରିସାରିଲେଣି । ତାଙ୍କ ପାଖରେ ନାମ, ବୟସ ଏବଂ ପିଲାମାନଙ୍କର ଠିକଣାର ଏକ ସମ୍ପୂର୍ଣ୍ଣ ତାଲିକା ଅଛି, ଯାହା ସାହାଯ୍ୟରେ ସେ ତାଙ୍କର ବାଇଲୋଜିକାଲ ପିଲାମାନଙ୍କୁ ଖୋଜୁଛନ୍ତି ।

ବାପା ମା ର ସୋଭାଗ୍ୟ ପାଇବା କିଛି ଜଣକ କ୍ଷେତ୍ରରେ ମିଳିନଥାଏ । ସେମାନଙ୍କ ଆଶାକୁ ନିରାଶ ନକରି ଡାଇଲନ୍ ଙ୍କ ଏହି ପଦକ୍ଷେପ ନିହାତି ପ୍ରଶଂସା ଯୋଗ୍ୟ । ନିଜ ସ୍ପର୍ମ ଡୋନେଟ କରି ସେ ଅନ୍ୟ ମାନଙ୍କୁ ଗୋଟିଏ ଭଲ ପରିବାର ଦେଇଛନ୍ତି । ଯାହାକୁ ନେଇ ସେ ଏବେ ଚର୍ଚା ରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.