ଭାରତୀୟ ତଟବାହିନୀରେ ଚାକିରି ସୁଯୋଗ, ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ କୋଷ୍ଟ ଗାର୍ଡରେ ବିଭିନ୍ନ ପଦ ଭର୍ତ୍ତି ପାଇଁ ଖାଲିପଡିଛି ପଦବୀ । ଇଚ୍ଛୁକ ପ୍ରାର୍ଥୀ ୧୫ ସେପ୍ଟେମ୍ବର ପୂର୍ବରୁ କରନ୍ତୁ ଆବେଦନ । ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀଙ୍କୁ ଛାଡି ଅନ୍ୟ ପ୍ରାର୍ଥୀ ୨୫୦ ଟଙ୍କା ଦେଇ କରିପାରିବେ ଆବେଦନ ।

ଭାରତୀୟ ତଟରକ୍ଷକ ବଳରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌କୁ ଯାଇ ନୋଟିଫିକେସନକୁ ଦେଖି ଚେକ୍‌ କରିପାରିବେ । ଏହି ଅଭିଯାନରେ ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀ joinindiancoastguard.gov.in କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତରିଖ ୧୫ ସେପ୍ଟେମ୍ବର ୨୦୨୩ ରହିଛି ।

ପଦବୀ ବିବରଣୀ : ୪୬

ଜେନେରାଲ ଡ୍ୟୁଟି : ୨୫
ଟେକ: ୨୦
ଲ: ୧
ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୧୫, ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଭର୍ତ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଇଣ୍ଟରମିଡିଏଟ୍‌/ଗ୍ରାଜୁଏସନ/ବିଇ/ବିଟେକ/ଲ/ ଇଂଜିନିୟରିଂରେ ଡିଗ୍ରୀ ସହିତ ୬୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ ।

ବୟସ ସୀମା : କର୍ମସିଆଲ ପାଇଲଟ ପାଇଁ ବୟସ ସୀମା ୧୯ ରୁ ୨୫ ବର୍ଷ ହେବା ଜରୁରୀ । ସେହିପରି ଅନ୍ୟ ପଦବୀ ପାଇଁ ସର୍ବନିମ୍ନ ବୟସ ୨୧ ଏବଂ ସର୍ବାଧିକ ବୟସ ୨୫ ରହିଛି ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ୫ଟି ପର୍ଯ୍ୟାୟରେ ହେବ । ପ୍ରଥମେ କମ୍ପ୍ୟୁଟର ବେସଡ ଅନଲାଇନ ସ୍କ୍ରିନିଂ ଟେଷ୍ଟ, ପ୍ରିଲିମିନାରୀ ସିଲେକ୍ସନ ବୋର୍ଡ, ଫାଇନାଲ ସିଲେକ୍ସନ ବୋର୍ଡ, ମେଡିକାଲ ଟେଷ୍ଟ, ଇଣ୍ଡକ୍ସନ ପ୍ରକ୍ରିୟା ଜରିଆରେ ହେବ ।

ଆବେଦନ ଶୁଳ୍କ : ଏହି ପଦବୀ ପାଇଁ ଅନୁସୂଚିତ ଜାତି/ଜନଜାତିଙ୍କୁ ଛାଡି ଅନ୍ୟ ସମସ୍ତ ପ୍ରାର୍ଥୀ ୨୫୦ ଟଙ୍କା ଦେବାକୁ ପଡିବ । ଅନଲାଇନ ଜରିଆରେ ଆବେଦନ ଶୁଳ୍କ ଦେବାକୁ ପଡିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍‌ ଚେକ୍‌ କରନ୍ତୁ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.