ଦିନ ବଢ଼ିବା ସହ ବଢୁଛି ତାତି: ଉପକୂଳରୁ ଉପାନ୍ତ; ଉତ୍ତରରୁ ପଶ୍ଚିମ ସବୁଠି ଅସହ୍ୟ ଗରମ

ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା । ତତଲା କଡେଇରେ ଭାଜି ହେଉଛି ଓଡ଼ିଶା । ଆଜି ଆହୁରି ପ୍ରଚଣ୍ଡ ହୋଇପାରେ ଗ୍ରୀଷ୍ମ ପ୍ରବାହ । ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ ।

ଭୁବନେଶ୍ୱର (କେନ୍ୟୁଜ): କଲବଲ କରୁଛି ତାତି । ତ୍ରାହି ମିଳୁନି । ଉପକୂଳରୁ ଉପାନ୍ତ, ଉତ୍ତରରୁ ପଶ୍ଚିମ ସବୁଠି ଅସହ୍ୟ ଗରମ । ଦିନ ବଢ଼ିବା ସହ ତାତି ବଢୁଛି । ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା । ତତଲା କଡେଇରେ ଭାଜି ହେଉଛି ଓଡ଼ିଶା । ପଦାକୁ ବାହାରିଲେ ଯେମିତି ଦେହ ମୁହଁ ପୋଡ଼ି ଯାଉଛି । ଆଜି ଆହୁରି ପ୍ରଚଣ୍ଡ ହୋଇପାରେ ଗ୍ରୀଷ୍ମ ପ୍ରବାହ । ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ ।

ଗତକାଲି ରାଜ୍ୟର ୨୯ଟି ସହରରେ ତାପମାତ୍ରା ପାର କରିଛି ୪୦ ଡିଗ୍ରୀ । ଏଥିରୁ ୧୦ ସହରରେ ପାରା ରହିଥିଲା ୪୩ ଡିଗ୍ରୀ ସେଲସିୟସ୍‌ ଉପରେ । ବାରିପଦା ଓ ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ ହୋଇଥିଲା । ବଲାଙ୍ଗିର ଓ ବୌଦ୍ଧରେ ୪୩.୭, ନୂଆପଡ଼ାରେ ୪୩.୬, ଟିଟିଲାଗଡ଼ ଓ ସୋନପୁରରେ ୪୩.୨, ଅନୁଗୁଳରେ ୪୩.୧, ସମ୍ବଲପୁର ଓ ସୁନ୍ଦରଗଡ଼ରେ ୪୩ ଡିଗ୍ରୀ ତାପମାତ୍ରା ରହିଛି । ଆହୁରି ଦୁଇ ଦିନ ରହିବ ଅସମ୍ଭାଳ ତାତି । ଆଜି ପାଇଁ ୭ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର ଓ ବୌଦ୍ଧକୁ ହିଟ୍‌ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତାକାଲି ରାଜ୍ୟରେ ଯୁକ୍ତ ଦୁଇ ଶିକ୍ଷାଦାନ କରୁଥିବା ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ୀ କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ସରକାର । ଆସନ୍ତାକାଲି ପରେ ରାଜ୍ୟରେ କମିପାରେ ତାପମାତ୍ରା । ବର୍ଷା ପରିମାଣ ବଢ଼ିବା ସହ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ କମିବା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.